Advertisment

ଡକ୍ୟୁମେଣ୍ଟାରୀ ବିବାଦ: ବିବିସି ସହ ଚାଇନାର ଲିଙ୍କ ଥିବା କହିଲେ ବିଜେପି ସାଂସଦ

ବିଜେପି ସାଂସଦ ମହେଶ ଜେଠମାଲାନୀ ବିସିସି ସହ ଚାଇନାର ଲିଙ୍କ ଥିବା ଅଭିଯୋଗ କରିଛନ୍ତି। ବିବିସି ଏବେ ଟଙ୍କା ଆବଶ୍ୟକ କରୁଛି ଓ ଚାଇନାର ଟେଲିକମ୍‌ କମ୍ପାନୀ ଠାରୁ ଆର୍ଥିକ ସହାୟତା ପାଉଛି ବୋଲି ସେ କହିଛନ୍ତି।

BBC

BBC

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାଁ ଧରୁନି। ବିବିସି ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ଦେଶର ବ୍ୟାନ କରିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏସବୁ ଭିତରେ ବିଜେପି ସାଂସଦ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ବିସିସି ସହ ଚାଇନାର ଲିଙ୍କ ଥିବା ଅଭିଯୋଗ କରିଛନ୍ତି। ବିବିସି ଏବେ ଟଙ୍କା ଆବଶ୍ୟକ କରୁଛି ଓ ଚାଇନା ଲିଙ୍କ ଥିବା Huawei ଠାରୁ ଆର୍ଥିକ ସହାୟତା ପାଉଛି ବୋଲି ସେ କହିଛନ୍ତି।

Advertisment

ବିଜେପିର ରାଜ୍ୟସଭା ସାଂସଦ ମହେଶ ଜେଠମାଲାନୀ କହିଛନ୍ତି, “କାହିଁକି ବିବିସି ଏତେ ଭାରତ ବିରୋଧୀ? କାରଣ ଏହି ସଂସ୍ଥାକୁ ଏବେ ଟଙ୍କାର ଘୋର ଆବଶ୍ୟକ ରହିଛି ଓ ଏହା ସେ ଚାଇନା ସରକାରଙ୍କ ଲିଙ୍କରେ ଥିବା Huawei ଠାରୁ ପାଉଛି। ବିବିସି ଚାଇନାର ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବାକୁ ଟଙ୍କା ନେଉଛି। ଏହା ସିଧା ସଳଖ ଗୋଟିଏ ଟଙ୍କା ପାଇଁ ଅପପ୍ରଚାର ଡିଲ୍‌। ବିବିସି ମୁଣ୍ଡ ବିକ୍ରି କରୁଥିବା ସଂସ୍ଥା।”

ମହେଶ ଜେଠମାଲାନୀ ବ୍ରିଟେନ ମ୍ୟାଗାଜିନରେ ପ୍ରକାଶ ପାଇଥିବା ଗୋଟିଏ ଷ୍ଟୋରି ଲିଙ୍କ ଶେୟାର କରିଛନ୍ତି। ଏଥିରେ ବିବିସି ଚାଇନିଜ ଟେଲିକମ କମ୍ପାନୀ Huawei ଠାରୁ ଟଙ୍କା ନେଉଥିବା ଦାବି କରାଯାଇଛି। ୨୦୨୨ ଅଗଷ୍ଟ ମାସରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଏବେ ପୁଣିଥରେ ଜେଠମାଲାନୀ ଶେୟାର କରିଛନ୍ତି।

Advertisment

ଏହାପୂର୍ବରୁ ଜେଠମାଲାନୀ କଂଗ୍ରେସ ନେତା ଜୟରାମ ରମେଶ ଓ Huawei ମଧ୍ୟରେ ଲିଙ୍କ ଥିବା ଦାବି କରିଥିଲେ। ନିଜର ଦାବିକୁ ଠିକ୍‌ ପ୍ରମାଣିତ କରିବା ପାଇଁ ମହେଶ ଜେଠମାଲାନୀ କଂଗ୍ରେସ ନେତା ଜୟରାମ ରମେଶ ଲେଖିଥିବା ବହିର କିଛି ଅଂଶକୁ ଆଧାର କରି ପ୍ରକୃତ ସତର ପର୍ଦ୍ଦାଫାସ କରିବାକୁ ଆହ୍ୱାନ ଦେଇଥିଲେ।

Narendra Modi BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe