Advertisment

ମୋଦି ଅରୁଣାଚଳ ଯିବାରୁ ରାଗିଲା ଚାଇନା

ଚାଇନା ମୋଦିଙ୍କ ଗସ୍ତକୁ କୂଟନୀତିକସ୍ତରରେ ବିରୋଧ କରିଛି।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ଗସ୍ତ କରିବା ସହ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସେଲା ଟନେଲର ଉଦଘାଟନ କରିଥିଲେ। ବାଇ ଲେନ ଟନେଲକୁ ମୋଦି ଉଦଘାଟନ କରିବା ସହ ଅରୁଣାଚଳ ଗସ୍ତ କରିଥିବାରୁ ଚାଇନା ଏହାକୁ ବିରୋଧ କରିଛି।

Advertisment

ଚାଇନା ମୋଦିଙ୍କ ଗସ୍ତକୁ ବିରୋଧ କରି କୂଟନୀତିକସ୍ତରରେ ଏହାର ପ୍ରତିବାଦ କରିଛି। ଚାଇନାର କହିବା କଥା ଯେ ଅରୁଣାଚଳ ପ୍ରଦେଶ ହେଉଛି ଦକ୍ଷିଣ ତିବ୍ବତର ଅଂଶବିଶେଷ। ଭାରତର ଏପରି ହରକତ ସୀମା ବିବାଦକୁ ଅଧିକ ତୀବ୍ର କରିବ।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଚାଇନା କେବେ ହେଲେ ତଥାକଥିତ ଅରୁଣାଚଳ ପ୍ରଦେଶରେ ଭାରତର ବେଆଇନ ନିର୍ମାଣ କାମକରୁ ଗ୍ରହଣ କରି ନାହିଁ। ଏହାକୁ ବେଜିଂ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଝାଙ୍ଗନାନରେ ନିର୍ମାଣ କାମ କରିବାକୁ ଭାରତର କୌଣସି ଅଧିକାର ନାହିଁ।

Advertisment

ଭାରତର ଏପରି ଆଭିମୁଖ୍ୟ କେବଳ ସୀମା ବିବାଦକୁ ଅଧିକ ତୀବ୍ର କରିବ। ଚାଇନାରର ପୂର୍ବ ପ୍ରାନ୍ତକୁ ଭାରତୀୟ ନେତାଙ୍କ ଏପରି ଗସ୍ତ ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଚାଇନା ଦୃଢ଼ ଭାବେ ବିରୋଧ କରୁଛି।” ଭାରତର ଅରୁଣାଚଳ ପ୍ରଦେଶର ଚାଇନା ନିଜର କହି ଆସୁଛି। ଏଥିସହ ଏହାର ନାଁ ବେଜିଂ ପକ୍ଷରୁ ଝାଙ୍ଗନାନ ରଖାଯାଇଛି।

ଅରୁଣାଚଳକୁ ନିଜର କହୁଥିବା ଚାଇନା ସେଠାକୁ ଭାରତୀୟ ନେତା ଯେତେବେଳେ ବି ଗସ୍ତ କଲେ, ତା’କୁ ବିରୋଧ କରୁଛି। ହେଲେ ଭାରତ ଅରୁଣାଚଳ ପ୍ରଦେଶକୁ ସବୁବେଳେ ନୂଆଦିଲ୍ଲୀର ଅଭିଚ୍ଛେଦ୍ୟ ଅଙ୍ଗ କହି ଆସିଛି। ଚାଇନା ଏହାର ନାଁ ପରିବର୍ତ୍ତନ କଲେ ମଧ୍ୟ ସତ୍ୟକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଭାରତ କହି ଆସିଛି।

ମାର୍ଚ୍ଚ ୯ରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ଦୀର୍ଘତମ ବାଇ ଲେନ ଟନେଲକୁ ଉଦଘାଟନ କରିଥିଲେ। ଏହା ଆସାମର ତେଜପୁର ଠାରୁ ଅରୁଣାଚଳର ତାୱାଙ୍ଗକୁ ଯୋଡ଼ିଛି।

୮୨୫ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଟନେଲ ସମୁଦ୍ର ପୃଷ୍ଠରୁ ୧୩ ହଜାର ଫୁଟ ଉପରେ ରହିଛି। ଯେକୌଣସି ଋତୁରେ ଟନେଲ ମଧ୍ୟରେ ଯିବା ଆସିବା କରି ହେବ। ତାୱାଙ୍ଗର ସୀମା ଚାଇନାକୁ ଲାଗିଛି। ତେଣୁ ସେଠାରେ ଭାରତର ଟନେଲ ନିର୍ମାଣକୁ ଚାଇନା ବିରୋଧ କରିଛି।

Arunachal Pradesh PM Modi China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe