Advertisment

ମନଇଚ୍ଛା ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ନାଁ ବଦଳାଇଲା ଚାଇନା

ନିଜ ଇଚ୍ଛା ଅନୁସାରେ ଚାଇନା ସରକାର ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇ ଦେଇଛନ୍ତି।

author-image
Hemant Lenka
China

China

ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହି ଆସୁଥିବା ଚାଇନା ପୁଣି ନୂଆ ଭେଳିକି ଦେଖାଇଛି। ନିଜ ଇଚ୍ଛା ଅନୁସାରେ ଚାଇନା ସରକାର ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇ ଦେଇଛନ୍ତି। ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଥିବା ଚାଇନା ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଅଂଶବିଶେଷ ଭାବେ ଗଣନା କରିଛି।

Advertisment

ଚାଇନାର ସାମାଜିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିଲିଜ୍‌ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଯିବା ସମ୍ପର୍କରେ ତଥ୍ୟ ରହିଛି। ଚାଇନା କ୍ୟାବିନେଟ ଭୌଗଳିକ ନାଁ ଗୁଡ଼ିକ ଉପରେ ମୋହର ମାରିଥିବା ଏଥିରେ କୁହାଯାଇଛି। ଚାଇନିଜ, ତିବ୍ଦତୀୟ ଓ ପିନୟିନ ଅନୁସାରେ ନାଁ ଗୁଡ଼ିକର ପରିବର୍ତ୍ତନ କରାଯାଇଛି। ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର ୨ଟି ସ୍ଥାନ, ଦୁଇଟି ଆବାସିକ ଅଞ୍ଚଳ, ୫ଟି ପାହାଡ଼ ଓ ୨ଟି ନଦୀର ନାୱ ବଦଳା ଯାଇଛି। ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚାଇନା ବଦଳାଇ ଦେଇଛି।

ଚାଇନା ସରକାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇଛନ୍ତି। ୨୦୧୭ରେ ଚାଇନା ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାଁ ବଦଳାଇଥିଲା। ପୂର୍ବଥର ଗୁଡ଼ିକ ଭଳି ଭାରତ ସରକାରଙ୍କ ଏପରି ମନଇଚ୍ଛା କାମକୁ ନିନ୍ଦା କରିଛନ୍ତି। ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଆଭ୍ୟନ୍ତରୀଣ ଅଂଶ ହୋଇ ରହି ଆସିଛି। ଏକତରଫା ଭାବେ ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାଁ ବଦଳାଇ ଦେଲେ ତଥ୍ୟ ବଦଳି ଯିବନି ବୋଲି ଭାରତ କହିଛି। 

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଚାଇନା ପ୍ରଥମଥର ଏପରି ନାଁ ବଦଳାଇବା କାମ କରନି। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଆମେ ଏପରି ପଦକ୍ଷେପକୁ ଅଗ୍ରାହ୍ୟ ଓ ନିନ୍ଦା କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ।”

China India Arunachal Pradesh