Advertisment

ଅରୁଣାଚଳର ୩୦ଟି ସ୍ଥାନର ନାଁ ବଦଳାଇଲା ଚାଇନା, କଡ଼ା ଜବାବ ଦେଲା ଭାରତ

ଚାଇନା ପକ୍ଷରୁ ଆଜି ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇ ତାଲିକା ଜାରି କରାଯାଇଛି।

author-image
Hemant Lenka
China

China

ଭାରତର ଅରୁଣାଚଳ ପ୍ରଦେଶକୁ ବାରମ୍ବାର ନିଜର କହି ଆସୁଥିବା ଚାଇନା ଏବେ ନୂଆ ଭେଳିକି ଦେଖାଇଛି। ଚାଇନା ପକ୍ଷରୁ ଆଜି ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇ ତାଲିକା ଜାରି କରାଯାଇଛି। ତେବେ ଭାରତ ସରକାର ସବୁଥର ଭଳି ଏଥର ମଧ୍ୟ ଚାଇନାର ସବୁ ପ୍ରକାରର ଉଦ୍ୟମକୁ ଖଣ୍ଡନ କରିଛନ୍ତି। ଏଥିସହ ଅରୁଣାଚଳ ଭାରତର ଥିଲା, ଅଛି ଓ ସବୁବେଳେ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ଦୋହରାଇଛନ୍ତି।

Advertisment

ଅରୁଣାଚଳ ପ୍ରଦେଶର କୌଣସି ସ୍ଥାନର ନାଁକୁ ଚାଇନା ଏକପାକ୍ଷିଆ ଭାବେ ବଦଳାଇବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଚାଇନାକୁ ନେଇ ଏମିତି କରିଛି। ସୋମବାର ଚାଇନିଜ ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ଅରୁଣାଚଳର ବିଭିନ୍ନ ପ୍ରତିଷ୍ଠାନ ଓ ପ୍ରଶାସନିକ ଡିଭିଜିନର ନାଁ ବଦଳାଇଛି।

ଚାଇନା ପକ୍ଷରୁ ତଥାକଥିତ ପ୍ରମାଣ ଅନୁସାରେ ଭୌଗଳିକ ଅବସ୍ଥିତ ସମ୍ପର୍କିତ ତାଲିକା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶକୁ ଚାଇନା ଝାଙ୍ଗନାନ ଭାବେ ଅବିହିତ କରି ଏହାର ୩୦ଟି ସ୍ଥାନର ନାଁ ବଦଳାଇଛି।

Advertisment

ଚାଇନା ଅରୁଣାଚଳର ୧୨ଟି ପାହାଡ଼, ୪ଟି ନଦୀ, ଗୋଟିଏ ପାହାଡ଼ି ରାସ୍ତା, ୧୧ଟି ଆବାସିକ ଅଞ୍ଚଳ ଓ ଗୋଟିଏ ଜମିର ନାଁ ବଦଳାଇଛି। ତାଲିକା ବ୍ୟତୀତ ଚାଇନିଜ ମନ୍ତ୍ରଣାଳୟ ଉକ୍ତ ଅଞ୍ଚଳର ଲାଟିଚ୍ୟୁଡ ଓ ଲଙ୍ଗିଚ୍ୟୁଡ ତଥ୍ୟ ସମେତ ଉଚ୍ଚ ରିଜୋଲେସନର ମ୍ୟାପ ମଧ୍ୟ ସାର୍ବଜନୀନ କରିଛି।

୨୦୧୭ରେ ବେଜିଂ ପ୍ରାଥମିକ ଭାବେ ୬ଟି ସ୍ଥାନର ତଥାକଥିତ ପ୍ରମାଣ ଭିତ୍ତିକ ନାଁ ଜାରି କରିଥିଲା। ଏହାପରେ ୨୦୨୧ରେ ୧୫ଟି ଓ ୨୦୨୩ରେ ଦେଶ ପକ୍ଷରୁ ଆଉ ୧୧ଟି ସ୍ଥାନର ନାଁ ବଦଳା ଯାଇଥିଲା।

ତେବେ ଚାଇନାର ଏପରି ବିସ୍ତାରବାଦୀ ଉଦ୍ୟମକୁ ଭାରତ ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, “ଯଦି ଆଜି ମୁଁ ଆପଣମାନଙ୍କ ଘରର ନାଁ ବଦଳାଇ ଦେବି, ତା’ହେଲେ ଉକ୍ତ ଘର କ’ଣ ମୋର ହୋଇଯିବ?

ଅରୁଣାଚଳ ପ୍ରଦେଶ ଭାରତର ଥିଲା, ଅଛି ଓ ସବୁବେଳେ ରହିବ। ନାଁ ପରିବର୍ତ୍ତନ ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ଆଣିବା ପାରିବ ନାହିଁ। ଆମ ମାନେ ଏଲଏସିରେ ମୁତୟନ ହୋଇଛନ୍ତି। ସେକଥା ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ।”

China Arunachal Pradesh