Advertisment

ତୁର୍କୀ ପରେ ଚାଇନାରେ ବଡ଼ଧରରଣ ଭୂକମ୍ପ ଝଟକା

କ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି।

China

China

Advertisment

ବଡ଼ଧରରଣ ଭୂକମ୍ପ ଝଟକାରେ ଥରିଛି ଚାଇନା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିନଜିଆଙ୍ଗ ଉଇଗର ସ୍ୱଂୟଶାସିତ ଅଞ୍ଚଳରେ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି। ଏହି ଅଞ୍ଚଳଟି ତାଜିକିସ୍ତାନ ସୀମାକୁ ଲାଗିଛି। ପ୍ରଥମେ ତାକିକିସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ସ୍ଥାନୀୟ ସମୟ ସକାଳ ୮.୩୭ରେ ଚାଇନାରେ ୭.୩ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି।

Advertisment

ବଡ଼ଧରରଣ ଭୂକମ୍ପ ସତ୍ତ୍ୱେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। ଅନେକ ସ୍ଥାନରେ ଲୋକମାନେ ଝଟକା ପରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଘଟଣା ଏବେ ଘଟିଥିବାରୁ ଏସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। 

ଗୋଟିଏ ପାଣିପାଗ ସଂସ୍ଥା କହିଛି ଯେ ଇଷ୍ଟର୍ଣ୍ଣ ତାଜିକସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋରନୋ-ବାଡାଖସାନ ଅଞ୍ଚଳରେ ରହିଛି। ଚାଇନା-ତାଜିକସ୍ତାନ ସୀମାନ୍ତ ଅଞ୍ଚଳ ହେଉଛି ଗୋରନୋ-ବାଡାଖସାନ। ଭୂପୃଷ୍ଠରୁ ୨୦.୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା। ପ୍ରଥମ ଭୂକମ୍ପ ଝଟକାର ୨୦ ମିନିଟ ପରେ ୫.୦ ତୀବ୍ରତା ଓ ୪.୬ ତୀବ୍ରତାର ଆଉ ଦୁଇଟି ଝଟକା ଲୋକମାନେ ଅନୁଭବ କରିଛନ୍ତି। 

Advertisment

ଯେଉଁ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି, ଉକ୍ତ ସ୍ଥାନରେ ଅଧିକ ଲୋକ ରୁହନ୍ତି। ଏହି ସ୍ଥାନକୁ ସୁଉଚ୍ଚ ପାମିର ପାହାଡ଼ ମଧ୍ୟ ଘେରି ରହିଛି। ତାଜିକସ୍ତାନର ଅନ୍ୟତମ ବଡ଼ ହ୍ରଦ ସାରେଜ ଉକ୍ତ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। 

ଏହାପୂର୍ବରୁ ଫେବୃଆରୀ ୬ରେ ତୁର୍କୀ ଓ ସିରିୟାରେ ୭.୮ ତୀବ୍ରତାର ଭୂକମ୍ପ ଘଟକା ଅନୁଭବ ହୋଇଥିଲା। ଏହି ଭୂକମ୍ପରେ ଏଯାଏ ୪୬ ହଜାର ଲୋକ ପ୍ରାଣ ହରାଇ ସାରିଲେଣି।

China Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe