Advertisment

ପୁଟିନଙ୍କ ଭଳି ଜିନପିଙ୍ଗ ମଧ୍ୟ ଜି-୨୦ ପାଇଁ ଭାରତ ଆସିବେନି!

ଜି-୨୦ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯୋଗ ଦେବେ ନାହିଁ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଜଣାଇଥିଲେ।

Xi jinping

Xi jinping

Advertisment

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ। ହଠାତ୍‌ ଜିନପିଙ୍ଗ ତାଙ୍କ ଭାରତ ଗସ୍ତ ବାତିଲ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisment

୨ ଜଣ ଭାରତୀୟ ଅଧିକାରୀ, ଚାଇନାରେ ଅବସ୍ଥାପିତ ଜଣେ କୂଟନୀତିଜ୍ଞ ଓ ଜି-୨୦ ଦେଶରେ କାମ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଜିନପିଙ୍ଗ ଭାରତ ଆସିବାର କାର୍ଯ୍ୟକ୍ରମ ନାହିଁ। କିନ୍ତୁ ସେ ଜି-୨୦ରେ ଚାଇନାର ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି।

ଏହାର ଅର୍ଥ ଜିନପିଙ୍ଗ ଭିଡିଓ ଲିଙ୍କରେ ଶିଖର ସମ୍ମିଳନୀରେ ସାମିଲ ହୋଇ ପାରନ୍ତି। ତେବେ ସେ କ’ଣ ପାଇଁ ଭାରତ ଗସ୍ତ ବାତିଲ କରିଛନ୍ତି, ସେକଥା ସ୍ପଷ୍ଟ ହୋଇନି। ସେହିପରି ଭାରତ ଓ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବାକୁ ଥିବାରୁ ଏଠାରେ ତାଙ୍କର ଭେଟଘାଟ ଜିନପିଙ୍ଗଙ୍କ ସହ ହୋଇଥାଆନ୍ତା। ବିଶ୍ୱର ଦୁଇ ସୁପର ପାୱାର  ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଜି-୨୦ ସମ୍ମିଳନୀର ଉଭୟ କେମିତି ଆଚରଣ ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତେ ନଜର ରଖିଥିଲେ। ହେଲେ ଜିନପିଙ୍ଗ ଶିଖର ସମ୍ମିଳନୀକୁ ଆସିବେ ନାହିଁ ବୋଲି ଏବେ ଖବର ମିଳିଛି।

ଗତବର୍ଷ ନଭେମ୍ବରରେ ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ବାଇଡେନ ଓ ଜିନପିଙ୍ଗ ପରସ୍ପରକୁ ସାକ୍ଷାତ କରିଥିଲେ। ଏହାପର ଠାରୁ ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।

ଅନ୍ୟପକ୍ଷରେ ଜି-୨୦ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯୋଗ ଦେବେ ନାହିଁ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଜଣାଇଥିଲେ। ପୁଟିନଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ଲାଭରୋଭ ଦିଲ୍ଲୀ ଆସିବେ।

G20 Summit Xi Jinping G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe