Advertisment

ଅରୁଣାଚଳରେ ଅନୁଷ୍ଠିତ ଜି-୨୦ର ଗୁରୁତ୍ୱପୂର୍ଣ୍ଣ ବୈଠକୁ ଆସିଲାନି ଚାଇନା

ଚାଇନା ସବୁବେଳେ ଅରୁଣାଚଳ ପ୍ରଦେଶକୁ ତିବ୍ବତର ବୋଲି କହି ଆସୁଛି। ଏଥିସହ ଏହାକୁ ନିଜର ବୋଲି ଦାବି କରୁଛି।

author-image
Hemant Lenka
G20

G20

ଭାରତର ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇନି ଚାଇନା। ଅରୁଣାଚଳର ଇଟାନଗରରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଚାଇନା ସବୁବେଳେ ଅରୁଣାଚଳ ପ୍ରଦେଶକୁ ତିବ୍ବତର ବୋଲି କହି ଆସୁଛି। ଏଥିସହ ଏହାକୁ ନିଜର ବୋଲି ଦାବି କରୁଛି। ଏହା ସତ୍ତ୍ୱେ ଭାରତ ସରକାର ସେଠାରେ ଜି-୨୦ ସମ୍ମିଳନୀ କରିଥିବାରୁ ସମ୍ଭବତଃ ଚାଇନା ଯୋଗ ଦେଇ ନଥିବା କୁହାଯାଉଛି।

Advertisment

ଭାରତ ବର୍ତ୍ତମାନ ଜି-୨୦ ଦେଶର ଅଧ୍ୟକ୍ଷତା କରୁଛି। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠି ହେବ। ଏହାପୂର୍ବରୁ ଜି-୨୦ର ଅଂଶବିଶେଷ ଭାବେ ଭାରତର ପ୍ରାୟ ୫୦ଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହିକ୍ରମରେ ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ବୈଠକ ବସିଥିଲା। ଏଥିରେ ୫୦ରୁ ଅଧିକ ପ୍ରତିନିଧି ଦଳର ସଦସ୍ୟ ଯୋଗ ଦେଇଥିଲେ। କିନ୍ତୁ ନିମନ୍ତ୍ରଣ ସତ୍ତ୍ୱେ ଚାଇନା ବୈଠକରେ ସାମିଲ ହୋଇନାହିଁ।

ଚାଇନା ଏପରି ବୈଠକକୁ ନେଇ ବିଧିବଦ୍ଧ ଭାବେ ଭାରତ ସରକାରଙ୍କ ଆଗରେ ଆପତ୍ତି ଉଠାଇଛି କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି। ସେହିପରି ଚାଇନା କିମ୍ବା ଭାରତର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

ଇଟାନଗରରେ ଆୟୋଜିତ ବୈଠକ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହାର ଥିମ 'Research innovation initiative, gathering' ରଖାଯାଇଥିଲା। ବୈଠକରେ ଯୋଗଦେଇଥିବା ପ୍ରତିନିଧିମାନେ ଅରୁଣାଚଳ ବିଧାନସଭା ଓ ଇଟାନଗରରେ ଥିବା ବୌଦ୍ଧ କଳାକୃତିକୁ ମଧ୍ୟ ବୁଲି ଦେଖିଛନ୍ତି। ସ୍ଥାନୀୟ ପରମ୍ପରା ଦ୍ୱାରା ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଅରୁଣାଚଳ ପ୍ରଦେଶର ପାରମ୍ପରିକ ଖାଦ୍ୟ ମଧ୍ୟ ସେମାନେ ଖାଇଥିଲେ।

China G20 Meet Arunachal Pradesh