Advertisment

ମିଡିଆ ବିବାଦ: ଭାରତର ଶେଷ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ କହିଲା ଚାଇନା

ଚାଇନା ଯେସେକୁ ତେସା ନୀତିରେ ଏପରି ପଦକ୍ଷେପ ନେଇଥିବା ସଫେଇ ଦେଇଛି। ଭାରତରେ ମଧ୍ୟ ଚାଇନା ସାମ୍ବାଦିକଙ୍କ ପ୍ରତି ପାତରଅନ୍ତର କରାଯାଉଥିବା ବେଜିଂ କହିଛି। ହେଲେ ଏହାକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଖଣ୍ଡନ କରିଛନ୍ତି।

China

China

Advertisment

ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ମିଡିଆ ବିବାଦ ତୀବ୍ର ହେବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଚାଇନାରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବେଜିଂ। ତାଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଦେଶ ଛାଡ଼ିବାକୁ ସମୟ ଦିଆଯାଇଛି।

Advertisment

ଭାରତର ୪ ଜଣ ସାମ୍ବାଦିକ ଚଳିତ ବର୍ଷ ଚାଇନାରେ କାମ ଆରମ୍ଭ କରିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ପାସପୋର୍ଟ ଏପ୍ରିଲ ମାସରେ ରଦ୍ଦ କରାଯାଇଥିଲା। ଗତ ସପ୍ତାହରେ ଆଉ ଜଣେ ସାମ୍ବାଦିକ ବେଜିଂରୁ ଚାଲି ଆସିଥିଲେ। ଶେଷ ରିପୋର୍ଟର ଭାବେ ପିଟିଆଇର ସାମ୍ବାଦିକ ଚାଇନାରେ ରହିଥିଲେ।

କିନ୍ତୁ ତାଙ୍କ ଭିସା ଚଳିତ ମାସରେ ଶେଷ ହେଉଥିବାରୁ ଚାଇନା ତାଙ୍କୁ ଦେଶରୁ ଚାଲି ଯିବାକୁ କହିଛି। ଏହାର ଅର୍ଥ ବିଶ୍ୱର ଦ୍ୱିତୀୟ ବଡ଼ ଅର୍ଥନୀତିକ ଦେଶ ଚାଇନାରେ ଭାରତର କୌଣସି ସାମ୍ବାଦିକ ରହିବେ ନାହିଁ।

Advertisment

ଚାଇନା ଯେସେକୁ ତେସା ନୀତିରେ ଏପରି ପଦକ୍ଷେପ ନେଇଥିବା ସଫେଇ ଦେଇଛି। ଭାରତରେ ମଧ୍ୟ ଚାଇନା ସାମ୍ବାଦିକଙ୍କ ପ୍ରତି ପାତରଅନ୍ତର କରାଯାଉଥିବା ବେଜିଂ କହିଛି। ହେଲେ ଏହାକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ଚାଇନା ସମେତ ସମସ୍ତ ବିଦେଶୀ ସାମ୍ବାଦିକ ଭାରତରେ ବିନା କୌଣସି ସମସ୍ୟାରେ କାମ କରୁଛନ୍ତି। ସେମାନଙ୍କ ପାଇଁ କୌଣସି କଟକଣା ଲାଗୁ କରାଯାଇ ନାହିଁ। ତେବେ ଚାଇନାରେ ଭାରତୀୟ ସାମ୍ବାଦିକମାନେ ବେଶ ସମସ୍ୟା ମଧ୍ୟରେ କାମ କରୁଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ରିପୋର୍ଟର ଚୟନ କରିବାକୁ ଅନୁମତି ମିଳୁନି। ଯିବା ଆସିବାରେ ମଧ୍ୟ କଟକଣା ଲଗାଯାଇଛି ବୋଲି ସେ କହିଛନ୍ତି।

ଚାଇନା କହିଛି ଯେ ଭାରତ ଗତ ମାସରେ ଦୁଇ ଜଣ ଚାଇନିଜ ସାମ୍ବାଦିକଙ୍କ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତ ସରକାର ଦୁଇ ଚାଇନିଜ ସାମ୍ବାଦିକଙ୍କ ଭିସା ନବୀକରଣ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ତେଣୁ ଏବେ ଚାଇନା ଯେସାକୁ ତେସା ନୀତି ଆପଣାଇଛି ବୋଲି ବେଜିଂ କହିଛି।

China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe