Advertisment

New Tax: ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ, ବିଡ଼ି ଓ ପାନ ମସଲା

ଫେବୃଆରୀ ୧ରୁ ପାନ ମସଲା, ସିଗାରେଟ, ତମ୍ବାକୁ ଓ ଏପରି ସମସ୍ତ ଦ୍ରବ୍ୟ ଉପରେ ୪୦% ଜିଏସ୍‌ଟି ଲାଗୁ ହେବ। ବିଡ଼ି ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। ଏହାବାଦ ଅତିରିକ୍ତ ଭାବେ ପାନ ମସଲା ଉପରେ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍‌ ଲାଗୁ ହେବ।

ଅଦ୍ୟତନ ହୋଇଛି
Tabacoo

ବିଡ଼ି ଓ ସିଗାରେଟ

Advertisment

ଯଦି ସିଗାରେଟ, ପାନ ମସଲା ଓ ବିଡ଼ି ଭଳି ତମ୍ବାକୁ ଅଭ୍ୟାସ ରଖିଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏହି ଖବର ବେଶ ଜରୁରୀ। କାରଣ ଫେବୃଆରୀ ୧ରୁ ଏହି ଦ୍ରବ୍ୟ ଗୁଡ଼ିକ ମହଙ୍ଗା ହେବାକୁ ଯାଉଛି। ସରକାର ତମ୍ବାକୁ ଜାତୀୟ ଦ୍ରବ୍ୟ ଉପରେ ଲଗାଇଥିବା ଅତିରିକ୍ତ ଟିକସ ନିଷ୍ପତ୍ତିକୁ ଆସନ୍ତା ୧ ତାରିଖରୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପାନ ମସଲା ଉପରେ ଲାଗିଥିବା ଅତିରିକ୍ତ ସେସ୍‌ ନିୟମ ମଧ୍ୟ ଫେବୃଆରୀ ୧ରୁ ଲାଗୁ ହେବ। ଏନେଇ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। 
ତମ୍ବାକୁ ଓ ପାନ ମସଲା ଉପରେ ଲାଗୁ ହେବାକୁ ଯାଉଥିବା ଟିକସ ଧାର୍ଯ୍ୟ ଜିଏସ୍‌ଟି ସ୍ଲାବ ଉପରେ ରହିବ। ଏପରି ଦ୍ରବ୍ୟ ଉପରେ ଲାଗୁ ହେଉଥିବା କ୍ଷତିପୂରଣ ସେସର ସ୍ଥାନରେ ନୂଆ ଟିକସକୁ ଲାଗୁ କରାଯିବ। ଫେବୃଆରୀ ୧ରୁ ପାନ ମସଲା, ସିଗାରେଟ, ତମ୍ବାକୁ ଓ ଏପରି ସମସ୍ତ ଦ୍ରବ୍ୟ ଉପରେ ୪୦% ଜିଏସ୍‌ଟି ଲାଗୁ ହେବ। ବିଡ଼ି ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। 

Advertisment

ଏହାବାଦ ଅତିରିକ୍ତ ଭାବେ ପାନ ମସଲା ଉପରେ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍‌ ଲାଗୁ ହେବ। ସେହିପରି ତମ୍ବାକୁ ଓ ଏହା ସହଜ ଜଡ଼ିତ ଦ୍ରବ୍ୟ ଉପରେ ଅତିରିକ୍ତ ଭାବେ ଅବକାରୀ ଶୁଳ୍କ ଆଦାୟ ହେବ। ଏହାର ଅର୍ଥ ଏହିଗୁଡ଼ିକର ଦାମ( New Tax Regime) ପୂର୍ବାପେକ୍ଷା ଅଧିକ ହୋଇଯିବ। 

ଡିସେମ୍ବର ମାସରେ ସଂସଦ ପାନ ମସଲା ତିଆରି ଉପରେ ଲାଗୁ ହେବାକୁ ଥିବା ନୂଆ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍‌ ଏବଂ ତମ୍ବାକୁ ଉପରେ ଲାଗୁ ହେବାକୁ ଥିବା ଅବକାରୀ ଶୁଳ୍କ ସଂକ୍ରାନ୍ତ ଦୁଇଟି ବିଲକୁ ଅନୁମୋଦନ ଦେଇଥିଲା।

Advertisment

ଏବେ ଏହାକୁ ସରକାର ଫେବୃଆରୀ ୧ରୁ କାର୍ଯ୍ୟକାରୀ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ଏହାକୁ ଲାଗୁ ହେବା ପରେ ବିଭିନ୍ନ ଦ୍ରବ୍ୟ ଉପରେ ଲାଗୁ ହେଉଥିବା ଭିନ୍ନଭିନ୍ନ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଲୋପ ପାଇଯିବ। ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଦାମ ସ୍ଥିର କରାଯିବ। 

New Tax Regime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe