Advertisment

ହଟିଲା ପୁଲିସ, CISF ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ

ପୂର୍ବରୁ ସଂସଦ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୁଲିସ ହାତରେ ଥିବା ବେଳେ ଏବେ ଏହାକୁ ସିଆଇଏସ୍‌ଏଫ୍‌ଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

security-of-parliament

security-of-parliament

Advertisment

ହଟିଲା ପୁଲିସ। ସିଆଇଏସ୍‌ଏଫ୍‌ ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ। ପର୍ଲାମେଣ୍ଟ ସୁରକ୍ଷାରେ ବ୍ୟାପକ ତ୍ରୁଟି ଘଟଣା ପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ୱକୁ ନେଇ ତତ୍ପର ହୋଇ ଉଠିଛନ୍ତି ସରକାର। ପୂର୍ବରୁ ସଂସଦ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୁଲିସ ହାତରେ ଥିବା ବେଳେ ଏବେ ଏହାକୁ ସିଆଇଏସ୍‌ଏଫ୍‌ଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ବ୍ୟାପକ ଭାବେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗର ନିୟମିତ ନିୟୋଜନ କରାଯାଇପାରିବ।

କହିରଖୁ ଯେ, ଅନୁସନ୍ଧାନ କମିଟିର ସୁପାରିଶ ପରେ ସଂସଦର ସୁରକ୍ଷା ଦାୟିତ୍ ସିଆଇଏସ୍‌ଏଫ୍‌କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ଭେ ପରେ ସିଆଇଏସ୍ଏଫ୍ ବର୍ତ୍ତମାନ ସଂସଦ ଗୃହର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବ। କେନ୍ଦ୍ର ସରକାରୀ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଏସ୍ଏଫର ସରକାରୀ ବିଲ୍ଡିଂ ସିକ୍ୟୁରିଟି (ଜିବିଏସ୍) ୟୁନିଟ୍‌ର ବିଶେଷଜ୍ଞ ତଥା ବର୍ତ୍ତମାନର ସଂସଦ ସୁରକ୍ଷା ଦଳର ଅଧିକାରୀମାନେ ଏହି ସପ୍ତାହ ଶେଷରେ ସର୍ଭେ ଆରମ୍ଭ କରିବେ।

Advertisment

ଉଲ୍ଲେଖଯୋଗ୍ୟ, ସଂସଦ ଭବନ ସୁରକ୍ଷାରେ ତ୍ରୁଟି ଅଭିଯୋଗରେ ପୁଲିସ ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ଏମାନଙ୍କୁ ପଚରାଉଚରା ବେଳେ ପୁଲିସକୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି। ପୁଲିସର ସୂଚନାନୁସାରେ, ଲଲିତ ଝା' ସୁରକ୍ଷା ଉଲ୍ଲଂଘନର ମାଷ୍ଟରମାଇଣ୍ଡ ଥିଲା। ସେ, ତା'ର ସମସ୍ତ ସହକର୍ମୀଙ୍କ ସହ ସଂସଦ ଭିତରେ ଏବଂ ବାହାରେ ଏକ ହଙ୍ଗାମା କରିବାକୁ ଏବଂ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରିଥିଲା।

Parliament Cisf Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe