Advertisment

ରାଷ୍ଟ୍ରପତିଙ୍କ ସ୍ୱାଧୀନତା ଦିବସ ବାର୍ତ୍ତା: ସବୁ ନାଗରିକ ସମାନ, ସମସ୍ତଙ୍କ ଅଧିକାର ସମାନ

ସେ କହିଛନ୍ତି, ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ।

President

President

Advertisment

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭାରତର ଝିଅମାନେ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିବେ ବେଳେ ଦେଶର ସବୁ ନାଗରିକ ସମାନ ଓ ସମସ୍ତଙ୍କର ସମାନ ଅଧିକାର ରହିଛି ବୋଲି ମତ ରଖିଛନ୍ତି।

Advertisment

ସେ କହିଛନ୍ତି, “ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ।

ଆଜିକା ଦିନରେ ଦେଶର ବିକାଶ ଓ ସେବା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ସେମାନେ ଦେଶର ଗର୍ବକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। କିଛି ଦଶନ୍ଧି ତଳେ ସେମାନଙ୍କ ଯୋଗାଦାନ ନଗଣ୍ୟ ଥିଲା। ହେଲେ ଏବେ ସେମାନେ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଛନ୍ତି।”

Advertisment

ସେ ଆହୁରି କହିଛନ୍ତି, “ସ୍ୱାଧୀନତା ଦିବସ ମୋତେ ମୋ ପିଲା ଦିନ ମନେପକାଇ ଦେଉଛି। ଛୋଟ ବେଳେ ସ୍କୁଲରେ ଉତ୍ସବ ମନରେ ଶିହରଣ ସୃଷ୍ଟି କରୁଛି। ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ। ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା। ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି।

ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି। ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଆର୍ଥିକ ସଶକ୍ତୀକରଣ ଯୋଗୁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି। ଆଜି ଭାରତ କେବଳ ବିଶ୍ୱରେ ନାଁ କରିନି, ବରଂ ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି।

ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଆମର ଅନ୍ନଦାତାମାନେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି। ଭାରତ ଆଜି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇପାରିଛି। ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥାରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି ଦେଶ।”

ନିଜ ପରମ୍ପରାକୁ ସମୃଦ୍ଧ କରିବାକୁ ଆଦିବାସୀ ଭାଇଭଉଣୀଙ୍କୁ ରାଷ୍ଟ୍ରପତି ମୁର୍ମୁ ଆହ୍ୱାନ ଦେଇଛନ୍ତି। ଶିକ୍ଷା ସାମାଜିକ ସଶକ୍ତୀକରଣର ସବୁଠାରୁ ବଡ଼ ମାଧ୍ୟମ। ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ଭାବେ ଉଭା ହୋଇଛି। ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଦେଶ ଆଗକୁ ବଢୁଛି ବୋଲି ସେ କହିଛନ୍ତି।

ଦେଶର ଝିଅମାନେ ଆଗକୁ ଯାଆନ୍ତୁ ବୋଲି ଆଶା ରଖି ରାଷ୍ଟ୍ରପତି ମୁର୍ମୁ ସରୋଜିନ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମା ଦେବୀ, ଅରୁଣା ଅସଫ ଅଲୀ ଓ ସୁଚେତା କ୍ରିପାଲିନଙ୍କ ଉଦାହରଣ ଦେଇଛନ୍ତି। ମା’ କସ୍ତୁରବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଠିନ ସତ୍ୟାଗ୍ରହର ସବୁ ସମୟରେ ସାଥ ଦେଇଥିବା କଥା ମଧ୍ୟ ରାଷ୍ଟ୍ରପତି କହିଛନ୍ତି।

President Of India Droupadi Murmu Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe