Advertisment

ସିଭିଲ ଡିଫେନ୍ସ ଡ୍ରିଲ: ପ୍ରକୃତରେ ଯୁଦ୍ଧ ପାଇଁ ନା ଆଉ କିଛି?

ଏପରି ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଯୁଦ୍ଧ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାଧାରଣ ଲୋକ କେମିତି କରିବେ।

Civil Defence

Civil Defence

Advertisment

ପହଲଗାମ ନରସଂହାର ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଥରିବାରେ ଲାଗିଛି। ପାକିସ୍ତାନ ଚିନ୍ତାରେ ଥିବା ବେଳେ ଭାରତ ସରକାର ଇସଲାମାବାଦକୁ ଆହୁରି ଡରେଇବା ଆରମ୍ଭ କରିଛନ୍ତି। ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ନୂଆଦିଲ୍ଲୀ ପକ୍ଷରୁ ସାଧାରଣ ସୁରକ୍ଷା ଡ୍ରିଲ ବା ସିଭିଲ ଡିଫେନ୍ସ ଡ୍ରିଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୯୭୧ ମସିହା ପରେ ପ୍ରଥମଥର ପାଇଁ ପୂରା ଦେଶରେ ଏପରି ଏକ ଡ୍ରିଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ।

Advertisment

ଏପରି ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଯୁଦ୍ଧ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାଧାରଣ ଲୋକ କେମିତି କରିବେ। ଏୟାର ଆଟାକ ଠାରୁ ବ୍ଲାକଆଉଟ ସମୟରେ ଲୋକଙ୍କୁ କ’ଣ କରିବାକୁ ପଡ଼ିବ, ଆସନ୍ତାକାଲି ଏ ସମ୍ପର୍କରେ ତାଲିମ ଦିଆଯିବ। ୧୯୭୧ ଭାରତ ଓ ପାକିସ୍ତାନ ଯୁଦ୍ଧ ପୂର୍ବରୁ ଏପିର ମକ ଡ୍ରିଲ କରାଯାଇଥିଲା। ଏବେ ପୁଣି ଦେଶବ୍ୟାପୀ ମକଡ୍ରିଲ ପାଇଁ ନିର୍ଦ୍ଦେଶ ମିଳିଥିବାରୁ ଭାରତ ଓ ପାକିସ୍ତାନ ଯୁନ୍ଧ ଆଶଙ୍କା ଘନେଇବାରେ ଲାଗିଛି।

ଭାରତର ଏପରି ଯୁଦ୍ଧ ପରିସ୍ଥିତି ଦେଖି ପାକିସ୍ତାନ ଆହୁରି ବିଚଳିତ ହୋଇପଡ଼ିଛି। ପୂର୍ବରୁ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ କେବଳ ସତର୍କ ରହିଥିବା କହିବାରେ ଲାଗିଛି। ପହଲଗାମ ହମଲାରେ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ହମଲାର ପ୍ରାୟ ୧୪ ଦିନ ପରେ ଏପରି ମକଡ୍ରିଲ ପ୍ରସ୍ତୁତି ଗୋଟିଏ ନିର୍ଣ୍ଣାୟକ ଆଭିମୁଖ୍ୟର ସଙ୍କେତ ଦେଉଛି। କିନ୍ତୁ ଏପରି ମକଡ୍ରିଲ କରି ଭାରତ ସରକାର ପ୍ରକୃତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ନା ଏହା ପଛରେ ଆଉ କିଛି ରହିଛି, ତା’ହା ସବୁଠାରୁ ବଡ଼ ପ୍ରଶ୍ନ।

Advertisment

ସିରିୟସନେସର ସଙ୍କେତ

ଅତୀତରେ ଭାରତ ସରକାର ଆତଙ୍କବାଦୀ ହମଲାର ଜବାବରେ କିଛି ନିର୍ଦ୍ଦିଷ୍ଟ ତଥା ସୀମିତ ସ୍ଥାନରେ ଆକ୍ରମଣ କରୁଥିଲେ। ହେଲେ ପ୍ରଥମଥର ପାଇଁ ଆତଙ୍କବାଦୀ ହମଲା ପରେ ଦେଶର ୨୫୯ଟି ସ୍ଥାନରେ ସାଧାରଣ ସୁରକ୍ଷା ସଂକ୍ରାନ୍ତ ମକ ଡ୍ରିଲ ହେବାକୁ ଯାଉଛି। ଏଥିରେ ସାଧାରଣ ଲୋକ ସାମିଲ ହୋଇ ବ୍ଲାକଆଉଟ, ଏୟାର ରେଡ ସାଇରନ, ଉଦ୍ଧାର କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା କେମିତି କରିବେ, ତା’ର ତାଲିମ ନେବେ। ଏହାର ଅର୍ଥ ଭାରତ ସରକାର ଆତଙ୍କବାଦୀ ହମଲାର ବଡ଼ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ଭାରତ ସରକାର ଜଣାଇବାକୁ ଚାହୁଁଛନ୍ତି ଯେ ନୂଆଦିଲ୍ଲୀ ଏମିତି କିଛି ବିକଳ୍ପ ଉପରେ ବିଚାର କରୁଛି ଯାହା ନିର୍ଦ୍ଦିଷ୍ଟ ରେଡ ଠାରୁ ଆଗକୁ ମଧ୍ୟ ଯାଇପାରେ। ଏହା କେବଳ ଛାତି ଫୁଲାଇବା ଭଳି ପଦକ୍ଷେପ ନୁହେଁ, ବରଂ ଏହା ଗୋଟିଏ ରଣନୀତିଗତ ବାର୍ତ୍ତା। ଏପରି ପଦକ୍ଷେପ ଯୋଗୁ ଇସଲାମାବଦ ନୋଟିସରେ ରହିବ। ପାକିସ୍ତାନ ଜାଣିବ ଯେ ଭାରତ ହମଲା ପରେ କେବଳ କ୍ରୋଧରେ ନାହିଁ ବରଂ ପ୍ରତିଶୋଧ ପାଇଁ ପ୍ରସ୍ତୁତି କରୁଛି।

ମନୋବୈଜ୍ଞାନିକ ଚାପ

ଏପରି ପ୍ରସ୍ତୁତି କେବଳ ଗତିଶୀଳ ନୁହେଁ, ବରଂ ଏହା ମନୋବୈଜ୍ଞାନିକ ମଧ୍ୟ। ଏତେ ବଡ଼ ସାଧାରଣ ପ୍ରତିରକ୍ଷା ଡ୍ରିଲ ପାକିସ୍ତାନର ସୁରକ୍ଷା ଆକଳନରେ ଅନିଶ୍ଚିତତା ସୃଷ୍ଟି କରିଛି। ଭାରତ ସରକାର ରାୱାଲପିଣ୍ଡିକୁ ଆଶା-ଆଶଙ୍କାରେ ରଖିବାକୁ ସକ୍ଷମ ହେବେ। ଏହା ପ୍ରସ୍ତୁତି ନା ଆଉ କିଛି, ତା’କୁ ପାକିସ୍ତାନ ଭାବିବାକୁ ବାଧ୍ୟ ହେବ। ଏହା ମଧ୍ୟ ଏକ ସ୍ୱାଭାବିକ ଘଟଣା। ଭାରତର ଯୁଦ୍ଧ ପ୍ରସ୍ତୁତି ଯୋଗୁ ପାକିସ୍ତାନ ସୁରକ୍ଷାକର୍ମୀ ଓ ଅଧିକାରୀମାନେ ୨୪ ଘଣ୍ଟା ସତର୍କ ହୋଇ ରହିବେ। ରଣନୀତି ଦୃଷ୍ଟିରୁ ଦେଖିଲେ, ଏପରି ସତର୍କତା ଆର୍ଥିକ ଆବଶ୍ୟକକୁ ବୃଦ୍ଧି କରିବ।

ଇସଲାମାବାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଗତବର୍ଷ ୭ ବିଲିୟନ ଡଲାରର ଆଇଏମଏଫ ବେଲ ଆଉଟରୁ ପାଇଛି। ଏବେ ଭାରତର ଷ୍ଟ୍ରାଇକ ଆଶଙ୍କାରେ ପାକିସ୍ତାନକୁ ସୀମାରେ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଠୁଳ କରିବାକୁ ପଡ଼ୁଛି। ଏଥିଯୋଗୁ ପାକିସ୍ତାନ ଆର୍ଥିକ ବୋଝର ସମ୍ମୁଖୀନ ହେଉଛି। ଭାରତର ଏପରି ରଣନୀତିକୁ ମନୋବୈଜ୍ଞାନିକ ଚାପ ବୋଲି କୁହାଯାଏ। ଏହି ରଣନୀତି ଆଧାରରେ ଗୋଟିଏ ଦେଶ ଶତ୍ରୁପକ୍ଷ ଉପରେ ଆକ୍ରମଣ କରେ ନାହିଁ, କିନ୍ତୁ ସବୁବେଳେ ପ୍ରତିପକ୍ଷଙ୍କ ମନରେ ଆକ୍ରମଣର ଭୟ ବଢ଼ାଇ ଖର୍ଚ୍ଚାନ୍ତ କରାଇଥାଏ। ଭାରତ ଏବେ ସମାନ ପଦକ୍ଷେପ ନେବା ଭଳି ମନେ ହେଉଛି।

ବିପଦର ମୁକାବିଲା ପାଇଁ ପ୍ରସ୍ତୁତି

ଭାରତର ଏପରି ପଦକ୍ଷେପ ପଛରେ ସାବଧାନତାର ବାର୍ତ୍ତା ବି ରହିଛି। ଭାରତୀୟ ନେତୃବୃନ୍ଦ ବାସ୍ତବରେ ଜାଣିଛନ୍ତି ଯେ ଛୋଟ ଧରଣର ପଦକ୍ଷେପ ମଧ୍ୟ ବ‍ଡ଼ ବିବାଦକୁ ଜନ୍ମ ଦେଇପାରେ। ପାକିସ୍ତାନର ରଣନୀତିକ ଗୋଟିଏ ଚାଳନା ଆଦୌ ପୂର୍ବାନୁମାନିତ ନୁହେଁ। ପାକିସ୍ତାନର ପରମାଣୁ ଆଭିମୁଖ୍ୟ ମଧ୍ୟ ଅସ୍ପଷ୍ଟ। ଏହାର ସାମରିକ ଓ ରାଜନୀତିକ ସ୍ଥିତିରେ ମଧ୍ୟ କୌଣସି ଗ୍ୟାରେଣ୍ଟୀ ନାହିଁ।

ତେଣୁ ମକ ଡ୍ରିଲ ଦୁଇ ପ୍ରକାରର ସହାୟତା କରିବାରେ ଉପଯୋଗୀ ହେବ। ମକ ଡ୍ରିଲ କରି ଭାରତ ସରକାର କେବଳ ପାକିସ୍ତାନକୁ ଚେତାବନୀ ଦେଉ ନାହାନ୍ତି, ବରଂ ନିଜ ଦେଶକୁ ମଧ୍ୟ ପ୍ରସ୍ତୁତ କରାଉଛନ୍ତି। ବ୍ଲାକଆଉଟ ରିହର୍ସେଲ ଠାରୁ ଏୟାର ରେଡ ସାଇରନ ପ୍ରତି ଲୋକଙ୍କୁ ସତର୍କ କରାଇ ଭାରତ ସହ ପାକିସ୍ତାନର ସମ୍ଭାବ୍ୟ ମୁକାବିଲାକୁ ମଧ୍ୟ ନିଶ୍ଚିତ କରିବାକୁ ଚାହୁଁଛନ୍ତି।

Terror Attack Jammu Kashmir Pahalgam Civil Defence Drills
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe