Advertisment

କବାଟ ଖୋଲିଲେନି ସିଭିଲ୍‌ ଜଜ୍‌, ଘରୁ ବାହାରିଲା ଝୁଲନ୍ତା ମୃତଦେହ

ଜଣେ ସିଭିଲ ଜଜ୍‌ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ଓ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

author-image
Niharika Rout
Suicide

Suicide

ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ସିଭିଲ ଜଜ୍‌ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ଓ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସିଭିଲ୍‌ ଜଜ୍‌ଜଣକ ଜ୍ୟୋତ୍ସ୍ନା ରାୟ ବୋଲି ଜଣାଯାଇଛି।

Advertisment

ଜ୍ୟୋତ୍ସ୍ନା ପ୍ରାୟ ବର୍ଷେ ହେବ ବଦାୟୁରେ ସିଭିଲ ଜଜ୍‌ ରୂପେ କାର୍ଯ୍ୟରତ ଥିଲେ। ଅଯୋଧ୍ୟାରୁ ଆସି ସେ ବଦାୟୁରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଅବିବାହିତ ଥିବା ବେଳେ ବଦାୟୁସ୍ଥିତ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ।

ସବୁଦିନ ଠିକ୍‌ ସମୟରେ କୋର୍ଟରେ ପହଞ୍ଚି ଯାଉଥିବା ଜ୍ୟୋତ୍ସ୍ନା ଆଜି କିନ୍ତୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ। ଏହାପରେ କର୍ମଚାରୀମାନେ ପହଞ୍ଚି ତାଙ୍କ କବାଟ ବାଡ଼େଇଥିଲେ। ମାତ୍ର ବହୁ ସମୟ ପରେ ବି କୌଣସି ଉତ୍ତର ଆସି ନ ଥିଲା କି କବାଟ ଖୋଲି ନ ଥିଲା। ତେଣୁ ଏ ନେଇ କର୍ମଚାରୀମାନେ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗିବା ପରେ ସିଭିଲ୍‌ ଜଜ୍‌ଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ ଆଇନଜୀବୀ, କୋର୍ଟ କର୍ମଚାରୀ ରୁଣ୍ଡ ହୋଇଛନ୍ତି।

ମୃତ ଜଜ୍‌ଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି। ଏକ ଉଚ୍ଚ ପଦରେ ଥାଇକି ମଧ୍ୟ କ’ଣ ପାଇଁ ଜ୍ୟୋତ୍ସ୍ନା ରାୟ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ପାରିନି।

Uttar Pradesh