Advertisment

'କାଲିଠାରୁ ନ୍ୟାୟ ପ୍ରଦାନ କରିପାରିବିନି..'; ବିଦାୟୀ ବାର୍ତ୍ତା ବେଳେ ଭାବବିହ୍ୱଳ ପ୍ରଧାନ ବିଚାରପତି

କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ, କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କଲେ।

Chief Justice DY Chandrachud

Chief Justice DY Chandrachud

Advertisment

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କର ଶେଷ କାର୍ଯ୍ୟଦିବସ ଥିଲା। ଶେଷ କାର୍ଯ୍ୟଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନ ବିଚାରପତି। ସେ କହିଛନ୍ତି, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି।

Advertisment

କ୍ଷମା ମାଗିଲେ ପ୍ରଧାନ ବିଚାରପତି
ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ପ୍ରଧାନ ବିଚାରପତି ଏହି ସମୟରେ 'ମିଛାମି ଦୁକ୍କଡମ୍' ବାକ୍ୟାଂଶ ବ୍ୟବହାର କରିଥିଲେ। ଏହାର ଅର୍ଥ ହେଉଛି- "ଯାହା କିଛି ଖରାପ ହୋଇଛି, ତାହା ବୃଥା ହେଇଯାଉ।" ଏହା ଏକ ପ୍ରାଚୀନ ଭାରତୀୟ ପ୍ରାକୃତ ଭାଷାର ଏକ ବାକ୍ୟାଂଶ। ସଂସ୍କୃତରେ ଏହାର ଅନୁବାଦ ହେଉଛି - "ମିଥ୍ୟା ମେ ଦୁଷ୍କୃତମ୍"। ଜୈନ ଧର୍ମରେ ଅନେକ ସମୟରେ ଏହି ବାକ୍ୟାଂଶର ବ୍ୟବହାର କରାଯାଇଥାଏ।

ପୂର୍ବ ସନ୍ଧ୍ୟା କଥା ମନେ ପକାଇଲେ
ବିଦାୟକାଳୀନ ସମାରୋହରେ ସେ ପୂର୍ବ ସନ୍ଧ୍ୟା କଥା ମନେ ପକାଇଥିଲେ। ସେ କହିଛନ୍ତି, 'ଯେତେବେଳେ ଗତକାଲି ସନ୍ଧ୍ୟାରେ ମୋ ରେଜିଷ୍ଟ୍ରାର ଜୁଡିସିଆଲ ମୋତେ ପଚାରିଲେ ଯେ ବିଦାୟକାଳୀନ ସମାରୋହ କେତେବେଳେ ଆରମ୍ଭ ହେବା ଉଚିତ? ଏହାର ଉତ୍ତରରେ ମୁଁ କହିଥିଲି ଦିନ ୨ଟା ବେଳେ। କାରଣ ମୋତେ ଏହା ପୂର୍ବରୁ ଅନେକ ମାମଲା ଉପରେ ରାୟ ଦେବାର ଥିଲା। କିନ୍ତୁ ପରେ ମୁଁ ଭାବୁଥିଲି ଯେ, କ’ଣ ଦିନ ୨ଟା ଯାଏଁ କେହି ରହିଥିବେ? ନା ମୁଁ ଏକା ଥିବି।' ଆଇନଜୀବୀ ତଥା ବାର୍ ସଦସ୍ୟମାନେ ପ୍ରଧାନ ବିଚାରପତିଙ୍କ ସହ ସେମାନଙ୍କ ସ୍ମୃତି ବାଣ୍ଟିଲା ବେଳେ ବିଦାୟୀ ପ୍ରଧାନ ବିଚାରପତିଙ୍କ ଆଖିରେ ଲୁହ ଆସିଯାଇଥିଲା। ଟିସୁ ପେପରରେ ସେ ନିଜ ଆଖି ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Advertisment

ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ଦେଲେ ଶୁଭେଚ୍ଛା
ପ୍ରଧାନ ବିଚାରପତି ତାଙ୍କ ବିଦାୟୀ ସଭା ପାଇଁ ଆୟୋଜିତ ଆନୁଷ୍ଠାନିକ ବେଞ୍ଚରୁ ବାର ସଦସ୍ୟମାନଙ୍କୁ କହିଥିଲେ 'ଆସନ୍ତାକାଲିଠାରୁ ମୁଁ ଏହିପରି ନ୍ୟାୟ କରିବାକୁ ସମର୍ଥ ହେବି ନାହିଁ, କିନ୍ତୁ ମୁଁ ବହୁତ ସନ୍ତୁଷ୍ଟ। ସୋମବାର ଠାରୁ ମୋ ପରେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଆସୁଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ବହୁତ ବ୍ୟାପକ ଅଭିଜ୍ଞତା ରହିଛି। ସେ ଦକ୍ଷ ଏବଂ ବହୁ ପ୍ରତିଭାର ଅଧିକାରୀ ଅଟନ୍ତି।' ଏହା ସହିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ।

ତେବେ ଶେଷ ମୁହୂର୍ତ୍ତରେ ଉପସ୍ଥିତ ଆଇନଜୀବୀ ତଥା ବାର୍ ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କୁ ନ୍ୟାୟପାଳିକାର “ରକ୍ ଷ୍ଟାର୍” ବୋଲି କହିଥିଲେ। ସୂଚନାଥାଉ, ନଭେମ୍ବର ୧୧ରେ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।

Supreme Court Chief Justice Of India CJI D Y Chandrachud Last Message Of CJI Chandrachud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe