CJI
ସୁପ୍ରିମକୋର୍ଟ କଲେଜିୟମ ୧୪ ଜଣ ଆଇନଜୀବୀଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଛନ୍ତି। ପଦୋନ୍ନତି ପାଇବା ସମ୍ଭାବନା ଥିବା ୧୪ ଜଣ ଆଇନଜୀବୀଙ୍କ ମଧ୍ୟରେ ରାଜ ଦାମଦୋର ୱାକୋଡେଙ୍କ ନାଁ ରହିଛି। ରାଜ ଦାମଦୋର ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆଇ ଗବାଇଙ୍କ ପୁତୁରା।
ସିଜେଆଇ ଜଷ୍ଟିସ ଗବାଇଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ପୁଅ ହେଉଛନ୍ତି ରାଜ। ତେବେ ସିଜେଇଆଇଙ୍କ ଭାଇ ଡକ୍ଟର ରାଜେନ୍ଦ୍ର ଗବାଇଙ୍କ କହିବା କଥା ଯେ ୪୫ ବର୍ଷୀୟ ରାଜ ଦାମଦୋରଙ୍କୁ ଜଣେ ଦୂର ସମ୍ପର୍କୀୟ ଭାବେ ବିଚାର କରିବା ଦରକାର।
ରାଜ ଦାମଦୋରଙ୍କ ଶିକ୍ଷାଗତ ଯୋଗ୍ୟତା
ମହାରାଷ୍ଟ୍ର ବୋର୍ଡ ଅଧୀନରେ ରାଜ ନିଜର ସ୍କୁଲ କ୍ୟାରିୟର ଶେଷ କରିଥିଲେ। ୧୯୯୬ରେ ସେ ଅମରାବତୀ ଡିଜିଜନରୁ ଦ୍ୱାଦଶ ଶ୍ରେଣୀରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ। ୨୦୦୧ରେ ସେ ଏମଏସ୍ସିରେ ଗୋଲ୍ଡ ମେଡାଲ ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ୨୦୦୪ରେ ରାଜ ଅମରାବତୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ୬୦.୩୪% ମାର୍କ ସହ ସେ ପାସ ହୋଇଥିଲେ।
ବ୍ୟକ୍ତିଗତ ବ୍ୟାକଗ୍ରାଉଣ୍ଡ
ଆଇନ ଡିଗ୍ରୀ ହାସଲ କରିବା ପରେ ରାଜ ଦାମଦୋର ଜଷ୍ଟିସ ନୀତୀନ ସାମ୍ବ୍ରେଙ୍କ ଚ୍ୟାମ୍ବରରେ ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ। ଜଷ୍ଟିସ ନୀତୀନ ଏବେ ଦିଲ୍ଲୀ ହାଇକୋର୍ଟର ବିଚାରପତି। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ ଦାମଦୋର ଅନେକ ସିଭିଲ ଓ କ୍ରିମିନାଲ କେସ ଲଢ଼ିଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ସମେତ ଜିଲ୍ଲା କୋର୍ଟ ଓ ଟ୍ରିବ୍ୟୁନାଲରେ ମଧ୍ୟ ସେ ବିଭିନ୍ନ ମାମଲା ପରିଚାଳନା କରିଛନ୍ତି।
ମହାରାଷ୍ଟ୍ର ନ୍ୟାଶନାଲ ଲ’ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ଲିଃ, ୟୁନିୟନ ପବ୍ଲିକ ସର୍ଭିସ କମିଶନ ଭଳି ବିଭିନ୍ନ ସରକାରୀ ଅନୁଷ୍ଠାନ ପାଇଁ ସେ ଜଣେ ଷ୍ଟାଣ୍ଡିଂ କାଉନସିଲ ଭାବେ ସେବା ଯୋଗାଇଛନ୍ତି। ଜାତୀୟ ସମବାୟ ଖାଉଟି ମହାସଂଘ ଓ ଅନ୍ୟ ସଂସ୍ଥାରେ ରାଜ ଦାମୋଦର ଆଇନଗତ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ନାଗପୁରର ଆଇନଜୀବନମାନଙ୍କ କହିବା କଥା ରାଜ ଦାମଦୋର ଜଣେ ଦକ୍ଷ ଓକିଲ। ଏବେ ସେ ପଦୋନ୍ନତି ପାଇବାକୁ ଯୋଗ୍ୟ। କିନ୍ତୁ ରାଜ ଦାମଦୋର ପଦୋନ୍ନତି ସମ୍ପର୍କରେ କିଛି ବି କହି ନାହାନ୍ତି।
କଲେଜିୟମ ପ୍ରକ୍ରିୟା
ସୂତ୍ର ଅନୁସାରେ ପ୍ରଧାନ ବିଚାରପତି ଜଷ୍ଟିସ ଗବାଇଙ୍କ ଅଧ୍ୟକ୍ଷତାରେ କଲେଜିୟମ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ତାଙ୍କ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଆଶାୟୀଙ୍କ ନାଁ ଉପରେ କଲେଜିୟମରେ ହୋଇଥିବା ଆଲୋଚନାରେ ସେ ନିଜ ଆଡ଼ୁ ଓହରି ଯାଇଥିଲେ।
ଏହା ସତ୍ତ୍ୱେ ରାଜ ଦାମଦୋର ଓ ସଜେଆଇଙ୍କ ସହ ପୂର୍ବରୁ ଜଡ଼ିତ ୨ ଜଣ ଆଇନଜୀବୀଙ୍କ ନାଁକୁ ପଦୋନ୍ନତି ତାଲିକାରେ ରଖାଯାଇଛି। କୁହାଯାଉଛି ଯେ ଯଦି ରାଜ ଦାମଦୋର ଏବେ ବିଚାରପତି ହେବେ ଓ ନିୟମ ଅନୁସାରେ ତାଙ୍କୁ ପଦୋନ୍ନତି ମିଳିବ, ତା’ହେଲେ ପ୍ରାୟ ଗୋଟିଏ ଦଶନ୍ଧି ପରେ ସେ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇ ପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CJI_1756210236.jpg)