Advertisment

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା: ବାଚସ୍ପତିଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “ବାଚସ୍ପତି କେବେ ହେଲେ ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିପାରିବେ ନାହିଁ। କେହି ବାଚସ୍ପତିଙ୍କୁ ଏନେଇ ପରାମର୍ଶ ଦିଅନ୍ତୁ।”

SC

SC

Advertisment

ଦୁଇ ଖଣ୍ଡ ହୋଇଯାଇଥିବା ଶିବସେନାର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହେଉଥିବା ଦାବି ଉପରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ସମାଲୋଚନା କରିଛନ୍ତି।

Advertisment

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “ବାଚସ୍ପତି କେବେ ହେଲେ ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିପାରିବେ ନାହିଁ। କେହି ବାଚସ୍ପତିଙ୍କୁ ଏନେଇ ପରାମର୍ଶ ଦିଅନ୍ତୁ।” ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହେଉଥିବା ଦାବି ଉପରେ କେବେ ନିଷ୍ପତ୍ତି ନିଆଯିବ, ତା’ର ସମୟ କହିବାକୁ ସିଜେଆଇ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଘଟଣା ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବାରୁ ସିଜେଆଇ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ଆବେଦନର ଫୈସଲା କରାଯିବା ଦରକାର। ନଚେତ ପୂରା ପ୍ରକ୍ରିୟା ବ୍ୟର୍ଥ ହୋଇଯିବ।

Advertisment

ଖଣ୍ଡପୀଠ ସର୍ତକ କରାଇ ଦେଇଛି ଯେ ଯଦି ବାଚସ୍ପତି ଧାର୍ଯ୍ୟ କରିବାକୁ ଥିବା ସମୟରେ ସନ୍ତୁଷ୍ଟ କରିପାରିବେ ନାହିଁ, ତେବେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ୨ ମାସର ସମୟ ଧାର୍ଯ୍ୟ କରିବେ।

ସମ୍ବିଧାନ ବିରୋଧରେ ନିଷ୍ପତ୍ତି ନିଆ ଗଲେ, ସୁପ୍ରିମକୋର୍ଟ ଏଥିରେ ବାଧ୍ୟ ହୋଇ ହସ୍ତକ୍ଷେପ କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସୋମବାର କିମ୍ବା ମଙ୍ଗଳବାର ଆବେଦନ ଉପରେ ଶୁଣାଣି ହେବ ବୋଲି ସଙ୍କେତ ଦେଇଛନ୍ତି।

ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହେଉଥିବା ଦାବି ଉପରେ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଥିଲେ।

ସେପ୍ଟେମ୍ବର ୧୮ରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ବାଚସ୍ପତି ସମୟ ଧାର୍ଯ୍ୟ କରନ୍ତୁ। କିନ୍ତୁ ବାଚସ୍ପତି ଏଯାଏ କୌଣସି ସମୟ ଧାର୍ଯ୍ୟ କରି ନଥିବାରୁ ସର୍ବୋଚ୍ଚ ଅଦାଲତ ଆଜି ଅସନ୍ତୋଷ ଝାଡ଼ିଛନ୍ତି।

Supreme Court Shiv Sena Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe