NCERT
୮ମ ଶ୍ରେଶୀ ପିଲାଙ୍କ ବହିରେ ଏନସିଇଆରଟି ରଖିଥିବା ନ୍ୟାୟପାଳିକାରେ ଦୁର୍ନୀତି ବଷୟବସ୍ତୁକୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ(Supreme Court)ର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ। ସେ ଏପରି ପଦକ୍ଷେପକୁ ଗୋଟିଏ ବ୍ୟବସ୍ଥିତ ଆକ୍ରମଣ ବୋଲି କହିବା ସହ ସୁପ୍ରିମକୋର୍ଟ କେବେ ହେଲେ ବି କାହାକୁ ଏହି ପ୍ରତିଷ୍ଠାନକୁ ଅସମ୍ମାନ କିମ୍ବା ପ୍ରତିଷ୍ଠାନର ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଇବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଚେତାଇ ଦେଇଛନ୍ତି।
ପୂରା ପ୍ରସଙ୍ଗକୁ ନିଜ ଆଡ଼ୁ ବିଚାର କରି ସିଜେଆଇ କହିଛନ୍ତି ଯେ ତାଙ୍କ ପାଖରୁ ଏକାଧିକ ହାଇକୋର୍ଟ ବିଚାରପତିଙ୍କ ନିୟମିତ କଲ ଓ ମେସେଜ ଆସୁଛି। ସମସ୍ତେ ଏହି ବିଷୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନସିଇଆରଟି ବହିରେ ବଦଳିଥିବା ବିଷୟବସ୍ତୁ ସମ୍ପର୍କରେ ଉଲ୍ଲେଖ କରି ବରିଷ୍ଠ ଆଇନଜୀବୀ କପିଲ ଶିବଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ବାର ଆସୋସିସଏନର ବରିଷ୍ଠ ସଦସ୍ୟମାନେ ବିଚଳିତ ହୋଇପଡ଼ିଛନ୍ତି।
ସେ କହିଛନ୍ତି, “ଆମେ ଜଣେ ଜଣେ ବରିଷ୍ଠ ସଦସ୍ୟ ଭାବେ ୮ମ ଶ୍ରେଣୀ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ସାମିଲ କରିବା ଘଟଣାକୁ ନେଇ ବେଶ ଚିନ୍ତିତ।” ଏହି ସମୟରେ ସିଜେଆଇ କହିଛନ୍ତି ଯେ ସେ ପୂର୍ବରୁ ଏହି ବିଷୟରେ ଅବଗତ ରହିଛନ୍ତି।
ସିଜେଆଇ କହିଛନ୍ତି ଯେ “ମୋତେ ଏହି ପ୍ରସଙ୍ଗରେ ଅନେକ ହାଇକୋର୍ଟର ବିଚାରପତି ଫୋନ ଓ ମେସେଜ କରିଛନ୍ତି। ମୁଁ କେବେ ହେଲେ କାହାକୁ ବି ନ୍ୟାୟପାଳିକାର ଅଖଣ୍ଡତାକୁ ଅସମ୍ମାନ କିମ୍ବା ଏହା ଉପରେ ପ୍ରଶ୍ନ ଉଠାଇବାକୁ ଦେବି ନାହିଁ। ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।”
ଅଭିଷେକ ସିଙ୍ଘଭୀଙ୍କ କହିବା କଥା ଯେ ବହିରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ସମ୍ପର୍କରେ କୁହାଯାଉଛି। କିନ୍ତୁ ରାଜନେତା, ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ସେ କହିଛନ୍ତି, “ଏମିତି ଲାଗୁଛି ସେତେ ଯେମିତି କେବଳ ଦୁର୍ନୀତି ନ୍ୟାୟପାଳିକାରେ ରହିଛି। ରାଜନେତା, ମନ୍ତ୍ରୀ, ପ୍ରଶାସିନିକ ଅଧିକାରୀ କିମ୍ବା ଆଉ କାହା ବାବଦରେ କିଛି ବି ଆଲୋଚନା ହେଉନି। କେବଳ ନିର୍ଦ୍ଦିଷ୍ଟ ଭାବେ ଏପରି ପଦକ୍ଷେପ ନିଆଯାଇଛି। ଦୁର୍ନୀତି ଅନ୍ୟ କ୍ଷେତ୍ରରେ ମଧ୍ୟ ରହିଛି। କିନ୍ତୁ ନ୍ୟାୟିକ ଭଷ୍ଟ୍ରାଚାର ସମ୍ପର୍କରେ କେବଳ କୁହାଯାଇଛି।”
ଏହାର ଜବାବରେ ଜଷ୍ଟିସ ଜୟମଳୟ ବାଗଚି କହିଛନ୍ତି, “ଏହି ବହିରେ ସାମ୍ବିଧାନିକ ଅଖଣ୍ଡତାର ମୂଳ ଆଧାରରୁ ଆଦୌ ବିଚାରକୁ ନିଆଯାଇ ନାହିଁ।” ଏହି ପ୍ରସଙ୍ଗକୁ ସରକାର ଓ ନ୍ୟାୟପାଳିକା ମଧ୍ୟରେ ନୂଆ ବିବାଦ ବୋଲି କହି ସିଜେଆଇ ଜୋର ଦେଇ କହିଛନ୍ତି ଯେ ମାମଲା ଯେତେ ଆଗକୁ ବଢ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ନ୍ୟାୟପାଳିକା ଉପରେ କୌଣସି ପ୍ରକାରର ଆକ୍ରମଣକୁ ଅନୁମତି ମିଳିବନି।
ସେ କହିଛନ୍ତି, “ଏହା ନ୍ୟାୟପାଳିକା ଉପରେ ଗୋଟିଏ ଯୋଜନାବଦ୍ଧ ଓ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ ଭଳି ମନେ ହେଉଛି। ଆମେ କାହାକୁ ବି ନ୍ୟାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଅନୁମତି ଦେବୁ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/ncert-2026-02-25-12-15-17.jpg)