Advertisment

Supreme Court: ଆସାମ ମୁଖ୍ୟମନ୍ତ୍ରୀଙ୍କ ‘ପଏଣ୍ଟ ବ୍ଲାଙ୍କ ଶୁଟ’ ଭିଡିଓ: ବଡ଼ କଥା କହିଦେଲେ ସୁପ୍ରିମକୋର୍ଟ

ବିବାଦର କେନ୍ଦ୍ରରେ ଥିବା ଭିଡିଓକୁ ଶନିବାର ଆସାମ ବିଜେପିର ଅଫିସିଆଲ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିଲା। ଏଥିରେ ବିଶ୍ୱଶର୍ମା ହାତରେ ରାଫଲ ଧରିଛନ୍ତି ଓ ସେ ଦୁଇ ଜଣଙ୍କୁ ଗୁଳି ମାରୁଛନ୍ତି।

Himant

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିବାଦୀୟ ପ୍ଲଏଣ୍ଟ ବ୍ଲାଙ୍କ ଶୁଟ ଭିଡିଓ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଶୁଶାଣି ବେଳେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସିଲେ ପ୍ରାୟତଃ ରାଜନୀତିକ ଲଢ଼େଇ ଦେଶର ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥାଏ। ବିବାଦର କେନ୍ଦ୍ରରେ ଥିବା ଭିଡିଓକୁ ଶନିବାର ଆସାମ ବିଜେପିର ଅଫିସିଆଲ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିଲା। ଏଥିରେ ବିଶ୍ୱଶର୍ମା ହାତରେ ରାଫଲ ଧରିଛନ୍ତି ଓ ସେ ଦୁଇ ଜଣଙ୍କୁ ଗୁଳି ମାରୁଛନ୍ତି।

Advertisment

ଗୁଳିର ନିଶାନାରେ ଥିବା ଜଣେ ବ୍ୟକ୍ତି ସ୍କୁଲ କ୍ୟାପ ପିନ୍ଧିଥିବା ବେଳେ ଆଉ ଜଣଙ୍କ ଦାଢ଼ି ବଢ଼ିଛି। ଅର୍ଥାତ ଉଭୟ ମୁସଲିମ। ଏହାର କ୍ୟାପସନ ରହିଥିଲା ପଏଣ୍ଟ ବ୍ଲାଙ୍କ ଶୁଟ। ତେବେ ଏହାକୁ ନେଇ ବିବାଦ ବଢ଼ିବାରୁ ବିଜେପି ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଥିଲା। 

ଏବେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟ(Supreme Court)ରେ ପହଞ୍ଚିଛି। ସିଜେଆଇ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏହାର ଶୁଣାଣି କରି କହିଛନ୍ତି ଯେ “ଯେତେବେଳେ ନିର୍ବାଚନ ଆସେ ସେତେବେଳେ ନିର୍ବାଚନର ଅଂଶବିଶେଷ ଭାବେ ଲଢ଼େଇ ସୁପ୍ରିମକୋର୍ଟ ଭିତରେ ହୁଏ। ଏହା ହେଉଛି ଅସଲ ସମସ୍ୟା। ଆମେ ଏହାକୁ ଦେଖିବୁ। ଆମେ ଗୋଟିଏ ତାରିଖ ଦେବୁ।” ଭିଡିଓ ବିରୋଧରେ ଜରୁରୀ ଶୁଣାଣି ପାଇଁ ଆଇନଜୀବୀ ନିଜାମ ପାଶା ନିବେଦନ କରିଥିଲେ।

Advertisment

ସେ କହିଥିଲେ ଯେ “ଆମେ ପୂରା ପ୍ରସଙ୍ଗରେ ତତ୍କାଳ କୋର୍ଟଙ୍କ ହସ୍ତକ୍ଷେପ ଚାହୁଁଛୁ। ଆସାମର କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ ସହ ନିକଟରେ ପୋଷ୍ଟ ହୋଇଥିବା ଗୋଟିଏ ଭିଡିଓରେ ସେ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ସଦସ୍ୟଙ୍କୁ ଗୁଳି କରୁଛନ୍ତି। ଏନେଇ ଅଭିଯୋଗ ହୋଇଛି। କିନ୍ତୁ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ତେଣୁ କୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ।” 

ତେବେ କୋର୍ଟ ଏହାର ଶୁଣାଣି ପାଇଁ ପରବର୍ତ୍ତୀ ସମୟରେ ଦିନ ଧାର୍ଯ୍ୟ ହେବ ବୋଲି କହିଛନ୍ତି। ଭିଡିଓକୁ ନେଇ ବିବାଦ ଦେଖାଯାଇଥିବା ବେଳେ ବିଶ୍ୱଶର୍ମା କିଛି ଜାଣି ନଥିବା କହିଛନ୍ତି।

ଦିବ୍ରୁଗଡ଼ରେ ସେ କହିଛନ୍ତି, “ମୁଁ କୌଣସି ଭିଡିଓ ସମ୍ପର୍କରେ କିଛି ବି ଜାଣିନି। ଯଦି ମୋ ନାଁରେ କୌଣସି ଅଭିଯୋଗ ହୋଇଛି, ତା’ହେଲେ ମୋତେ ଗିରଫ କରାଯାଉ। ମୁଁ କୌଣସି ଆପତ୍ତି ନାହିଁ। ମୁଁ ଜେଲ ଯିବାକୁ ପ୍ରସ୍ତୁତ। ମୁଁ ସବୁବେଳେ ମୋ ଶବ୍ଦରେ କାଏମ ରହିଛି। ମୁଁ ବାଂଲାଦେଶ ଅନୁପ୍ରେବଶକାରୀଙ୍କୁ ବିରୋଧ କରୁଛି ଓ ଆଗକୁ ମଧ୍ୟ କରିଛି।” ଘଟଣାକୁ ନେଇ ହାଇଦ୍ରାବାଦରେ ଶ୍ରୀ ବିଶ୍ୱଶର୍ମାଙ୍କ ବିରୋଧରେ ଏଫଆଇଆର ହୋଇଥିବାରୁ ସେ ଏପରି କହିଛନ୍ତି। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe