Advertisment

ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ

ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।

author-image
Debibandita Barick
Vishvaraj Singh

Vishvaraj Singh

ରାଜସ୍ଥାନ ଉଦୟପୁର ରାଜ ପ୍ରାସାଦ ସମ୍ମଖୁରେ ପ୍ରବଳ ଉତ୍ତେଜନା। ପଥର ମାଡ଼ ସାଙ୍ଗକୁ ବ୍ୟାପକ ହୋହଲ୍ଲା ହେବା ପରେ ପୁଲିସ ଲାଠି ଚାର୍ଜ କରିଛି। ଏଥିରେ ତିନି ଜଣ ଲୋକ ଆହତ ହୋଇଛନ୍ତି। ରାଜ ପରିବାରର ନୂଆ ମୁଖିଆଙ୍କ ରାଜାଭିଶେକ ସମୟରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଜେପି ନେତା ବିଶ୍ୱରାଜ ସିଂହ ମେୱାଡ ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ନିଯୁକ୍ତ ହୋଇଥିଲେ। ଚଳିତ ମାସ ତାଙ୍କ ବାପା ମହେନ୍ଦ୍ର ସିଂହ ମେୱାଡଙ୍କ ଦେହାନ୍ତ ପରେ ତାଙ୍କୁ ଏହି ପଦବୀରେ ରାଜାଭିଶେଖ ହେବାର ଥିଲା। ଏଥିପାଇଁ ସେ ଗତକାଲି ସିଂହାସନ ଆରୋହଣ ସହ ରାଜାଭିଶେକ ପାଇଁ ସମର୍ଥକଙ୍କୁ ନେଇ ରାଜସ୍ଥାନ ସିଟି ପାଲେସରେ ପହଞ୍ଚିଥିଲେ।

ଏହି ସମୟରେ ବିଶ୍ୱରାଜ ସିଂହଙ୍କ ଦାଦା ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। ଏପରିକି ରାଜ ପ୍ରାସାଦକୁ ଯିବାକୁ ଦେଇନଥିଲେ। ଫାଟକରେ ପହଞ୍ଚି ଗଣ୍ଡଗୋଳ କରିବାରୁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।

Advertisment

ପଥର ମାଡ଼ ସାଙ୍ଗକୁ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲାଠିଚାର୍ଜ କରିଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ଥିବା ଜିଲ୍ଲାପାଳ ଅରବିନ୍ଦ କୁମାର ପୋସୱାଲ କହିଛନ୍ତି। ରାଜ ପ୍ରାସାଦର ପ୍ରତିନିଧୀ, 'ସମାଜ' ସଦସ୍ୟ ଏବଂ ଅନ୍ୟମାନଙ୍କ ସହ ଆଲୋଚନା ଜାରି ରହିଥିବା ସେ କହିଛନ୍ତି।

Rajasthan City Palace Mewar Family Head Udaipur Palace