Advertisment

ବାହାଘର ବେଳେ କନିଆଁଙ୍କୁ ଚୁମା ଦେଲେ ବର, ୱେଡିଂ ଭେନ୍ୟୁ ପାଲଟିଲା ଯୁଦ୍ଧଭୂମି

ବର କହିଛନ୍ତି ଯେ ବରଣମାଳା ରୀତିନୀତି ବେଳେ ଚୁମା ଦେବା ପାଇଁ କନିଆଁ ତାଙ୍କୁ ଉସୁକାଇ ଥିଲେ।

ଅଦ୍ୟତନ ହୋଇଛି
Wedding

Wedding

Advertisment

‍ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମ୍ବନ ଦେଇଥିଲେ ବର। ଆଉ ଏହା ପରେ ହୋଇଥିଲା ତୁମୁଳକାଣ୍ଡ। ବର ଓ କନିଆଁ ପକ୍ଷ ମଧ୍ୟରେ ହୋଇଥିଲା ମାରପିଟ। ୱେଡିଂ ଭେନ୍ୟୁ ପାଲଟି ଯାଇଥିଲା ଯୁଦ୍ଧ ଭୂମି। ଏଥିରେ କନିଆଁଙ୍କ ବାପାଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

Advertisment

ଗତ ସୋମବାର ଉତ୍ତର ପ୍ରଦେଶର ହାପୁଡ଼ ସହରର ଅଶୋକ ନଗରରେ ଏକ ବାହାଘର ଚାଲିଥିଲା। ସବୁ କିଛି ଠିକ୍‌ଠାକ୍ ଚାଲିଥିଲା। ବାହାଘର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ବରଣମାଳା ପିନ୍ଧାଇବା ବେଳେ କନିଆଁକୁ ଚୁମା ଦେଇଥିଲେ ବର। କିନ୍ତୁ ସେ ଏମିତି ସମସ୍ତଙ୍କ ସାମ୍ନାରେ କନିଆଁଙ୍କୁ ଚୁମ୍ବନ ଦେବା କଥାକୁ କନିଆଁଙ୍କ ଘର ଲୋକେ ଗ୍ରହଣ କରି ପାରି ନଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଯୁକ୍ତିତର୍କ ଚାଲିଥିବା ବେଳେ କନ୍ୟା ଘର ଲୋକେ ଠେଙ୍ଗା ଧରି ବରଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ଦେଖି ବର ପକ୍ଷର ଲୋକେ ପ୍ରତିଆକ୍ରମଣ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ମାରପିଟରେ ୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ କନ୍ୟା ପିତା ମଧ୍ୟ ଅଛନ୍ତି। ଆହତମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାରପିଟ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଉଭୟ ପକ୍ଷରୁ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ପୁଲିସର ସୂଚନା ଅନୁଯାୟୀ, କନ୍ୟା ପିତା ସେଦିନ (ଗତ ସୋମବାର) ରାତିରେ ତାଙ୍କର ଦୁଇ ଝିଅଙ୍କ ବାହାଘର କରିଥିଲେ। ବଡ଼ ଝିଅର ବାହାଘର ସୁରୁଖୁରରେ ହୋଇଯାଇଥିଲା। କିନ୍ତୁ ସାନ ଝିଅର ବାହାଘର ବେଳେ ଘଟିଥିଲା ତୁମୁଳକାଣ୍ଡ। 

କନ୍ୟା ଘର ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବେଦୀରେ ବର ଜୋର ଜବରଦସ୍ତି ତାଙ୍କ ଝିଅକୁ ଚୁମା ଦେଇଥିଲେ। ଅନ୍ୟପକ୍ଷରେ ବର କହିଛନ୍ତି ଯେ ବରଣମାଳା ରୀତିନୀତି ବେଳେ ଚୁମା ଦେବା ପାଇଁ କନିଆଁ ତାଙ୍କୁ ଉସୁକାଇ ଥିଲେ। 

ହାପୁଡ଼ା ପୁଲିସ୍ କହିଛି ଯେ ଏହତ ଘଟଣାରେ ବର ଅବା କନିଆଁ ଘର ପକ୍ଷରୁ କିଛି ଲିଖିତ ଅଭିଯୋଗ କରାଯାଇ ନାହିଁ। ଅଭିଯୋଗ ପାଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe