Advertisment

ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା, ହେଲା ପଥର ମାଡ଼

ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା । ମୁହାଁମୁହିଁ ହେଲେ ଦୁଇ ସମୁଦାୟ। ହେଲା ଆଖିବୁଜା ପଥର ମାଡ଼ ଓ ୪ ଜଣ ଗୁରୁତର ହେଲେ ।

author-image
Niharika Rout
Tension Situation

Tension Situation

ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା । ମୁହାଁମୁହିଁ ହେଲେ ଦୁଇ ସମୁଦାୟ। ହେଲା ଆଖିବୁଜା ପଥର ମାଡ଼ ଓ ୪ ଜଣ ଗୁରୁତର ହେଲେ । ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ବୁରହାନପୁରରେ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ୍‌ ମୁତୟନ ହୋଇଛନ୍ତି।

Advertisment

ବୁରହାନପୁରରେ ଧାର୍ମିକ ସ୍ଥଳକୁ ନେଇ ହିନ୍ଦୁ ଓ ମୁସଲିମ୍‌ ସମୁଦାୟ ମୁହାଁମୁହିଁ ହୋଇଥିଲେ। ଗୋଟିଏ ପକ୍ଷ ଚବୁତରେରେ ଦରଗାହ ଥିବା କହୁଥିବା ବେଳେ ଅପର ପକ୍ଷ ତାହାକୁ ନବନାଥ ବାବାଙ୍କ ସମାଧି ବୋଲି ଦାବି କରୁଥିଲେ।

ଏହି ବିବାଦର ସମାଧାନ ନିମନ୍ତେ ପ୍ରଶାସନ ଉପସ୍ଥିତିରେ ଦୁଇ ପକ୍ଷ ପହଞ୍ଚିଥିଲେ। କିନ୍ତୁ ଘଟଣାର ସମାଧାନ ହେବା ପରିବର୍ତ୍ତେ ତାହା ଅଧିକ ବିଗିଡ଼ିବାକୁ ଲାଗିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼ ଆରମ୍ଭ ହୋଇଗଲା। ଏଥିରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି।

Advertisment

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ ହୋଇଛନ୍ତି ଓ ଫ୍ଲାଗ୍‌ ମାର୍ଚ୍ଚ କରାଯାଉଛି। ଏଥିସହ ଏହି ବିବାଦର ସମାଧାନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି।

Madhya Pradesh