Advertisment

ଉଦ୍‌ଘାଟନ ପୂର୍ବରୁ ରାମ ମନ୍ଦିର ବାହାରେ ହଙ୍ଗାମା, କଂଗ୍ରେସ ନେତାଙ୍କୁ ବିରୋଧ

ମନ୍ଦିର ଭିତରକୁ ଯିବା ପୂର୍ବରୁ କଂଗ୍ରେସ ନେତାଙ୍କୁ ବିରୋଧ କରିବା ସହ ଗାଳିଗୁଲଜ କରିଛନ୍ତି ଲୋକେ।

Clash with congress leaders

Clash with congress leaders

Advertisment

ଅଯୋଧ୍ୟା ରାମ ମନ୍ଦିର ଆଉ ଦିନ କେଇଟା ପରେ ଉଦ୍‌ଘାଟନ ହେବ। ତେବେ ଉଦ୍‌ଘାଟନ ହେବା ପୂର୍ବରୁ ମନ୍ଦିର ବାହାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା। କଂଗ୍ରେସ ନେତାଙ୍କୁ ଠେଲାପେଲା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଦଳୀୟ ପତକାକୁ ଚିରି ମଧ୍ୟ ଦେଇଛନ୍ତି। ମନ୍ଦିର ଭିତରକୁ କଂଗ୍ରେସ ନେତାମାନେ ଦଳୀୟ ପତକା ଧରି ପ୍ରବେଶ କରିବାକୁ ଲୋକେ ବିରୋଧ କରିଛନ୍ତି।

Advertisment

ଆଜି ଅଯୋଧ୍ୟାରେ ରାମ ଲଲାଙ୍କ ଦର୍ଶନ କରିବା ପାଇଁ ଉତ୍ତରପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଅଜୟ ରାଏ ଓ ଦୀପେନ୍ଦ୍ର ହୁଡାଙ୍କ ସମେତ କଂଗ୍ରେସର ଏକ ଟିମ୍‌ ଯାଇଥିଲା। ମନ୍ଦିର ବାହାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକେ କଂଗ୍ରେସ ନେତାଙ୍କୁ ବିରୋଧ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ଝଗଡା ହୋଇଥିଲା। ଲୋକେ କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତରୁ ଦଳୀୟ ପତକା ଛଡାଇ ନେଇଥିଲେ।

ଏହାକୁ କଂଗ୍ରେସ କର୍ମୀମାନେ ବିରୋଧ କରିବା ପରେ ତାଙ୍କ ଉପରକୁ ଚଢ଼ି ଆସିଥିଲେ ଲୋକେ। ତାଙ୍କୁ ମାରିବା ପାଇଁ ଦୌଡିଥିଲେ। ଏ ସବୁ ଘଟଣା ପୁଲସ ଆଖି ଆଗରେ ଘଟିଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଥିଲା ପୁଲିସ। ସ୍ଥିତି ଅଣଆୟତ ହେବା ପରେ ପୁଲିସ ଆସି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସକର୍ମୀମାନେ ଏହାକୁ ନିନ୍ଦା କରିଛନ୍ତି।

Advertisment

ଆମ ଲୋକମାନେ ଏଠାକୁ ରାମଲଲାଙ୍କ ଦର୍ଶନ କରିବାକୁ ଆସିଥିଲେ। କିନ୍ତୁ କିଛି ଅରାଜକତା ସୃଷ୍ଟି କରୁଥିବା ଲୋକେ ତାଙ୍କ ହାତରୁ ଦଳୀୟ ପତକା ଛଡାଇ ନେବା ସହ ଗାଳିଗୁଲଜ କରିଥିଲେ। ଏଥିସହ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ଜୟ ଶ୍ରୀରାମର ନାରା ଲଗାଇ ଦୁର୍ବ୍ୟବହାର କରାଗଲା। ଏ ମନ୍ଦିର କେବଳ ଗୋଟିଏ ଦଳର ନୁହେଁ, ଏହା ସମସ୍ତଙ୍କର ବୋଲି ଘଟଣାସ୍ଥଳରେ ଥିବା ଅଯୋଧ୍ୟାର ମହିଳା କଂଗ୍ରେସର ଜିଲ୍ଲାଧ୍ୟକ୍ଷ ରେଣୁ ରାୟ କହିଛନ୍ତି।

ସେପଟେ କିଛି ଲୋକଙ୍କ କହିବା ମୁତବାକ, 'କଂଗ୍ରେସ କର୍ମୀମାନେ ରାମ ମନ୍ଦିର ବା ଜାତୀୟ ପତକା ନେଇ ଆସିବା କଥା। କିନ୍ତୁ ଦଳୀୟ ପତକା ନେଇ ଆସିବା କ'ଣ ଜରୁରୀ ଥିଲା।'

Congress Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe