Advertisment

Stop Rape: ୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା, ମା’ଙ୍କ ଗହଣା ଚୋରି କରିବାକୁ କହିଲା ୧୦ମ ଶ୍ରେଣୀ ଛାତ୍ର

ଦୁହେଁ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଅଭିଯୁକ୍ତ ଜଣକ ବେଶ ଚତୁରତାର ସହ ଏହାର କିଛି ଫଟୋ ଉଠାଇ ଦେଇଥିଲା। ହେଲେ ଏକଥା ପୀଡ଼ିତାଙ୍କୁ ଜଣା ନଥିଲା। ସେ ପୂର୍ବ ଭଳି ୧୦ମ ଶ୍ରେଣୀ ଛାତ୍ରଙ୍କ ସହ ଫୋନରେ କଥା ହେବା ଜାରି ରଖିଥିଲେ।

stop-Rape

representational image

Advertisment

ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ(Stop Rape) କରିଛି ୧୦ମ ଶ୍ରେଣୀ ଛାତ୍ର। ନିଜ ଜୁନିୟରକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଜଣକ ତାଙ୍କ ସହ ଘଟାଇଛି ଜଘନ୍ୟକାଣ୍ଡ। ସେ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରୁଥିଲା। ଏଥିସହ ପୀଡ଼ିତାଙ୍କୁ ନିଜ ମା’ଙ୍କ ୧.୫ ଲକ୍ଷ ଟଙ୍କାର ଗହଣା ଚୋରି କରିବାକୁ ମଧ୍ୟ ବାଧ୍ୟ କରିଥିଲା। ଉତ୍ତର ପ୍ରଦେଶ(Uttar Pradesh)ର ଫିରୋଜାବାଦରେ ଏପରି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ୧୦ମ ଶ୍ରେଣୀ ଛାତ୍ରକୁ ପୁଲିସ୍‌ ଅଟକ ରଖିଛି। 

Advertisment

ପୁଲିସର କହିବା କଥା ଯେ ପୂରା ଘଟଣା ୬ ମାସ ତଳୁ ଦକ୍ଷିଣ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଆରମ୍ଭ ହୋଇଥିଲା। ୧୦ମ ଶ୍ରେଣୀ ଛାତ୍ର ଜଣକ ପ୍ରଥମେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁଥିବା ବେଳେ ଦେଖିଥିଲା। ଏହାପରେ ଉଭୟ ପରସ୍ପର ସହ କଥା ବାର୍ତ୍ତା ହେବା ସହ ବନ୍ଧୁତା ସ୍ଥାପନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୦ମ ଶ୍ରେଣୀ ଛାତ୍ର ଜଣକ ଝିଅଟିକୁ କଥା ଛଳରେ ନିଜ ଆଡ଼କୁ ଆକର୍ଷିତ କରିଥିଲା।

ଏହାପରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ଦୁହେଁ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଅଭିଯୁକ୍ତ ଜଣକ ବେଶ ଚତୁରତାର ସହ ଏହାର କିଛି ଫଟୋ ଉଠାଇ ଦେଇଥିଲା। ହେଲେ ଏକଥା ପୀଡ଼ିତାଙ୍କୁ ଜଣା ନଥିଲା। ସେ ପୂର୍ବ ଭଳି ୧୦ମ ଶ୍ରେଣୀ ଛାତ୍ରଙ୍କ ସହ ଫୋନରେ କଥା ହେବା ଜାରି ରଖିଥିଲେ।

Advertisment

ଏହି ସମୟରେ ଛାତ୍ର ଜଣକ ଆପତ୍ତିଜନକ ଫଟୋକୁ ବ୍ୟବହାର କରି ପୀଡ଼ିତାଙ୍କୁ ତାଙ୍କ ମା’ଙ୍କ ଗହଣା ଚୋରି କରିବାକୁ ଚାପ ପକାଉଥିଲେ। ପ୍ରଥମେ ପୀଡ଼ିତା ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ଆପତ୍ତିଜନକ ଫଟୋ ଭାଇରାଲ କରିବାର ଧମକ ମିଳିବାରୁ ସେ ଡରି ଯାଇଥିଲେ।

ଏହାପରେ ପୀଡ଼ିତା ଜଣଙ୍କ ତାଙ୍କ ମା’ଙ୍କ ପାଖରେ ଥିବା ୧.୫ ଲକ୍ଷ ଟଙ୍କାର ଗହଣାକୁ ଚୋରି କରି ଅଭିଯୁକ୍ତକୁ ଦେଇଥିଲେ। ପ୍ରଥମେ ପରିବାର ଲୋକ ଏ ସମ୍ପର୍କରେ କିଛି ବି ଜାଣି ପାରି ନଥିଲେ। କିନ୍ତୁ ଝିଅର ବ୍ୟବହାରରେ ପରିବର୍ତ୍ତନ ଦେଖି ସେମାନେ ତାଙ୍କୁ ପଚରାଉଚରା କରିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପରିବାର ଲୋକ ପୁଲିସର ଦ୍ୱାରସ୍ଥ ହୋଇଥିଲେ। 

ଅଭିଯୋଗ ପାଇବା ପରେ ପୁଲିସ୍‌ ଚୋରି ହୋଇଥିବା ଗହଣାକୁ ଅଭିଯୁକ୍ତ ଠାରୁ ଜବତ କରିଛି। ସେହିପରି ତା’ ମୋବାଇଲରେ ଥିବା ଆପତ୍ତିଜନକ ଫଟୋ ଓ ଭିଡିଓକୁ ମଧ୍ୟ ଠାବ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି। 

Uttar Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe