Advertisment

ସ୍କୁଲ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହୃଦ୍‌ଘାତ

ଅଚେତ ହୋଇ ପଡ଼ିଯିବା ପରେ ଛାତ୍ରୀ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା।

Student

Student

Advertisment

ଦଶମ ଶ୍ରେଣୀର ଜଣେ ଛାତ୍ରୀ ଚାଲି ଚାଲି ଆସି ସ୍କୁଲ ନିକଟରେ ପହଞ୍ଚିଥିଲେ। କିନ୍ତୁ ସ୍କୁଲ୍ ଭିତରେ ପ୍ରବେଶ କରିପାରିନଥିଲେ। କାରଣ ସ୍କୁଲ୍‌ ବାହାରେ ହୃଦଘାତରେ ତାଙ୍କ ଜୀବନ ଚାଲି ଯାଇଥିଲା। ଗୁରୁବାର (ଗତକାଲି) ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ରାମାରେଡ୍ଡୀର ସିଂଗରାୟପଲ୍ଲୀରେ ଘଟିଛି ଏହି ଘଟଣା।

Advertisment

ମୃତ ଛାତ୍ରୀଙ୍କ ନାଁ ଶ୍ରୀ ନିଧି। ତାଙ୍କୁ ୧୬ ବର୍ଷ ହୋଇଥିଲା। ସେ ଏକ ଘରୋଇ ସ୍କୁଲରେ ପଢୁଥିଲେ। ଅନ୍ୟ ଦିନ ଭଳି ସେ ଗତକାଲି ଚାଲି ଚାଲି ସ୍କୁଲକୁ ଆସିଥିଲେ। ହେଲେ ସ୍କୁଲ ପାଖରେ ପହଞ୍ଚିଥିବା ସମୟରେ ହଠାତ୍ ସେ ଅଚେତ ହୋଇପଡ଼ିଯାଇଥିଲେ। ଜଣେ ଶିକ୍ଷକ ଏହା ଦେଖି ପାରିଥିଲେ। ସେ ସଙ୍ଗେ ସଙ୍ଗେ ଶ୍ରୀ ନିଧିଙ୍କ ନିକଟକୁ ଦୌଡ଼ି ଯାଇଥିଲେ। ବିଳମ୍ବ ନ କରି ତାଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସିପିଆର ଦିଆଯିବା ସହିତ ଅନ୍ୟାନ୍ୟ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। କିନ୍ତୁ କିଛି ଲାଭ ହୋଇ ନଥିଲା। ଏହା ପରେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

ଶ୍ରୀ ନିଧିଙ୍କ ଏଭଳି ମୃତ୍ୟୁରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇଯାଇଛନ୍ତି। ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Advertisment

କିଛି ମାସ ପୂର୍ବରୁ ଉତ୍ତର ପ୍ରଦେଶର ଆଲିଗଡ଼ର ସିରୌଲୀ ଗାଁରେ ହୃଦଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ହୃଦଘାତରେ ପ୍ରାଣ ହରାଇଥିଲେ। ଏହି ଘଟଣାର କିଛି ଦିନ ପୂର୍ବରୁ ଆଲିଗଡ଼ ଜିଲ୍ଲାରେ ୮ ବର୍ଷର ନାବାଳିକା ଦୀକ୍ଷାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ସେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା।

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରଫେସର ଆର ରବ୍ବାନୀ କହିଛନ୍ତି ଯେ ଗତ ୨ ବର୍ଷରେ ହୃଦଘାତ ମୃତ୍ୟୁ ସଂଖ୍ୟା ୨୨% ବୃଦ୍ଧି ପାଇଛି। ଯଦି କୌଣସି ଶିଶୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ଓ ତାଙ୍କ ଛାତିରେ ଯନ୍ତ୍ରଣା ହୁଏ, ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନେଇଯିବା ଉଚିତ।

Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe