ପ୍ରାଣ ହରାଇଥିବା ଛାତ୍ର
ସ୍କୁଲ ପାଖରେ ଚାଲିଥିବା ମାରପିଟିରେ ହସ୍ତକ୍ଷେପ କରି ପ୍ରାଣ ହରାଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ସେ ମାରପିଟକୁ ରୋକିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ପିଟିପିଟି ହତ୍ୟା(Beaten To Death) କରାଯାଇଛି ହତ୍ୟା। କର୍ଣ୍ଣାଟକାର ଶିମବମୋଗା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲ ବାହାରେ ଏପରି ଘଟଣା ଘଟିଛି।
ପୁଲିସ୍ର କହିବା କଥା ଯେ ୧୬ ବର୍ଷୀୟ ଛାତ୍ର ଜଣଙ୍କ ସ୍କୁଲରେ ନିଜର ଗୋଟିଏ ସ୍ୱତନ୍ତ୍ର କ୍ଲାସ ଶେଷ କରିଥିଲେ। ଏହାପରେ ସେ କ୍ୟାମ୍ପସରୁ ବାହାରୁ ଥିବା ବେଳେ ତାଙ୍କର ଜଣେ ପରିଚିତ ପିଲାକୁ ମାଡ଼ ମରାଯାଉଥିବା ସେ ଦେଖିବାକୁ ପାଇଥିଲେ। ଏଥିରେ ସେ ତୁରନ୍ତ ହସ୍ତକ୍ଷେପ କରିବା ସହ ସମସ୍ତଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଆକ୍ରମଣକାରୀମାନେ କିଛି ଶୁଣି ନଥିଲେ। ସେମାନେ ହସ୍ତକ୍ଷେପ କରିଥିବା ଛାତ୍ରଙ୍କୁ ହିଁ ମାଡ଼ ମାରିଥିଲେ। ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଛାତିକୁ ବିଧା ଗୋଇଠା ନାଦି ଦେଇଥିଲେ। ଛାତିରେ ଆଘାତ ଯୋଗୁ ଘଟଣା ସ୍ଥଳରେ ହିଁ ଛାତ୍ର ଜଣଙ୍କ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏସ୍ପି ନିଖିଲଙ୍କ କହିବା କଥା ଯେ ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ନାବାଳକ। ସମସ୍ତେ ସ୍ଥାନୀୟ ଅଞ୍ଚଳର ଓ ସମସ୍ତେ ସ୍ଥାନୀୟ ସ୍କୁଲରେ ପଢ଼ନ୍ତି। ସେମାନେ ପରସ୍ପରକୁ ଜାଣିଥିଲେ। ମୃତକ ଜଣଙ୍କ ଗଣ୍ଡଗୋଳରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। ଆକ୍ରମଣରେ ପରେ ତାଙ୍କୁ ହସ୍ପିଟାଲରେ ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।
ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ହେପାଜତକୁ ନେଇଛି। ସେହିପରି ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆଧାରରେ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଥିବା ଏସ୍ପି କହିଛନ୍ତି। କିନ୍ତୁ କ’ଣ ପାଇଁ ଗଣ୍ଡଗୋଳ ହୋଇଥିଲା, ସେକଥା ଏଯାଏ ଜଣାପଡ଼ିନି। ପୁଲିସ୍ ଏବେ ଏହାର ତଦନ୍ତ କରୁଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ମଧ୍ୟ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/24/murder-2026-02-24-13-51-33.jpg)