Advertisment

Beaten To Death: ନାବାଳକ ଗ୍ୟାଙ୍ଗର ଦାଦାଗିରି: ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ପିଟିପିଟି ମାରିଦେଲେ

ମୋହିତଙ୍କୁ ଏକାଧିକ ନାବାଳକ ଘେରି ଯାଇ ବିଧା ଓ ଗୋଇଠା ମାରି ଚାଲିଥିଲେ। ସେ ତଳେ ପଡ଼ି ଯାଇଥିଲେ ହେଁ ସେମାନେ ମାଡ଼ ମାରିବା ବନ୍ଦ କରି ନଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀ ଏଥିରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନଥିଲେ।

Mohit

ମୋହିତ (ଫାଇଲ ଫଟୋ)

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଜଣେ ୧୭ ବର୍ଷୀୟ ଏକାଦଶ ଶ୍ରେଣୀର ଛାତ୍ରକୁ କିଛି ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି (Beaten To Death) ମାରି ଦେଇଛନ୍ତି। ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍ ହତ୍ୟା ମାମଲା ରୁଜୁ କରିଛି। ସେହିପରି ନାବାଳକ ଗ୍ୟାଙ୍ଗର ୬ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ଖୋଳତାଡ଼ କରୁଛି।

Advertisment

ନାବାଳକମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଏକାଦଶ ଶ୍ରେଣୀର ଛାତ୍ର ଜଣଙ୍କ ହେଲେ ମୋହିତ। ସେ ତ୍ରିଲୋକପୁରୀର ଇନ୍ଦ୍ରା କ୍ୟାମ୍ପରେ ରହୁଥିଲେ। ପୁଲିସ୍‌ ଅଧିକାରୀ ଅଭିଷେକ ଧାନିଆଙ୍କ କହିବା କଥା ଯେ ଜାନୁଆରୀ ୫ରେ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲରୁ ସନ୍ଧ୍ୟା ୭.୨୫ରେ ସେମାନଙ୍କ ପାଖକୁ ଗୋଟିଏ କଲ ଆସିଥିଲା। ହସ୍ପିଟାଲକୁ ଆସିଥିବା ଜଣେ ପିଲା ଅଚେତ ଥିବା ବେଳେ ତା’ ଦେହରେ ମାଡ଼ ମରାଯିବାର ଚିହ୍ନ ରହିଛି। ଏହି ଖବର ପାଇ ପୁଲିସ ଟିମ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲା।  

ମୋହିତଙ୍କୁ ପ୍ରଥମେ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ ଗୁରୁ ତେଗ ବାହାଦୂର ହସ୍ପିଟାଲକୁ ପଠାଇ ଦେଇଥିଲେ। ଆଘାତ ଅତ୍ୟନ୍ତ ଗମ୍ଭୀର ଥିବାରୁ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲର ଡାକ୍ତରମାନେ ମୋହିତ ବୟାନ ଦେବାକୁ ପ୍ରସ୍ତୁତ ନଥିବା କହିଥିଲେ।

Advertisment

ଏହାପରେ ତାଙ୍କୁ ଗୁରୁ ତେଗ ବାହାଦୂର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲେ ହେଁ ଜାନୁଆରୀ ୫ ତାରିଖ ରାତି ୧.୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁ ତେଗ ବାହାଦୂର ହସ୍ପିଟାଲ ପକ୍ଷରୁ ପୁଲିସ୍‌କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା।

ପୁଲିସ୍‌ କହିଛି ଯେ ସମାନ ଅଞ୍ଚଳରେ ରହୁଥିବା ଜଣେ ନାବାଳକ ସହ ମୋହିତଙ୍କ ବିବାଦ ଚାଲିଥିଲା। ଘଟଣା ଦିନ ସନ୍ଧ୍ୟା ଅର୍ଥାତ ଜାନୁଆରୀ ୫ ତାରିଖ ସନ୍ଧ୍ୟାରେ ମୋହିତ ଓ ତାଙ୍କ ସାଙ୍ଗମାନେ ତ୍ରିଲୋକପୁରୀରେ ଥିଲେ। ଏହି ସମୟରେ ମୋହିତଙ୍କ ସହ ବିବାଦ ଚାଲିଥିବା ନାବାଳକ ଜଣକ ନିଜର ସାଙ୍ଗମାନଙ୍କ ସହ ସେଠାରେ ପହଞ୍ଚିଥିଲା। ବାସ ଏହା ପରେ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ମାରପିଟ। 

ମୋହିତଙ୍କୁ ଏକାଧିକ ନାବାଳକ ଘେରି ଯାଇ ବିଧା ଓ ଗୋଇଠା ମାରି ଚାଲିଥିଲେ। ସେ ତଳେ ପଡ଼ି ଯାଇଥିଲେ ହେଁ ସେମାନେ ମାଡ଼ ମାରିବା ବନ୍ଦ କରି ନଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀ ଏଥିରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନଥିଲେ। ମୋହିତଙ୍କୁ ସେମାନେ ବେଶ କିଛି ସମୟ ଧରି ତଳେ ପକାଇ ମାଡ଼ ମାରିବାରୁ ତାଙ୍କ ଚେତା ଚାଲି ଯାଇଥିଲା। 

ଏହା ଦେଖି ଆକ୍ରମଣରେ ସାମିଲ ଥିବା ନାବାଳକମାନେ ସେଠାରୁ ଚମ୍ପଟ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମୋହିତଙ୍କୁ ହସ୍ପିଟାଲ ନେବା ସହ ପୁଲିସ୍‌କୁ ଖବର ଦିଆଯାଇଥିଲା।  ପୁଲିସ୍‌ ଏହି ଘଟଣାରେ ୬ ନାବାଳକ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେହିପରି ମୋହିତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। 

Beaten To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe