Advertisment

Stop Rape: ବ୍ଲାକମେଲ କରି ୪ଟି କାରରେ ଏକଦଶ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ

ସ୍ଥିତି ଅସମ୍ଭାଳ ହେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ସବୁ କଥା ତାଙ୍କ ଘର ଲୋକଙ୍କୁ କହିଥିଲେ। ଏହାପରେ ହିନ୍ଦୁ ସଂଗଠନ ସହାୟତାରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

car

representational image

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଖବର। ୨ ଜଣ ଯୁବକ ଜଣେ ଏକଦଶ ଶ୍ରେଣୀର ଛାତ୍ରୀଙ୍କୁ ବ୍ଲାକମେଲ କରି ବାରମ୍ବାର ଗଣଦୁଷ୍କର୍ମ(Stop Rape) କରିଛନ୍ତି। ତାଙ୍କ ଠାରୁ ଟଙ୍କା ହଡ଼ପ କରିବା ସହ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ୨ ଜଣ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ମଧ୍ୟ ଦେଖିବାକୁ ମିଳିଛି। 

Advertisment

ପୁଲିସ୍‌ର କହିବା କଥା ଯେ ଛାତ୍ରୀ ଜଣଙ୍କ ଶାହପୁରା ଅଞ୍ଚଳର ଗୋଟିଏ ପ୍ରସିଦ୍ଧ ସ୍କୁଲରେ ପାଠପଢ଼ନ୍ତି। ସ୍କୁଲ ଯିବା ସମୟରେ ତାଙ୍କର ବନ୍ଧୁତା ଔସାଫ ଅଲୀ ଖାନଙ୍କ ସହ ଜଣେ ବନ୍ଧୁଙ୍କ ଜରିଆରେ ହୋଇଥିଲା। ବନ୍ଧୁତା ବଢ଼ିବା ପରେ ଅଲୀ ଖାନ ତାଙ୍କୁ ଗୋଟିଏ ଦିନ ଗାଡ଼ିରେ ବୁଲିବା ପାଇଁ ନିମନ୍ତ୍ରଣ କରିଥିଲେ। ଛାତ୍ରୀ ଜଣଙ୍କ ଏଥିରେ ରାଜି ହୋଇ ଯିବାରୁ ଅଲୀ ଖାନ ତାଙ୍କୁ ଖାନଗାଓଁରେ ଥିବା ଗୋଟିଏ ପରିତ୍ୟକ୍ତ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ଛାତ୍ରୀଙ୍କୁ ଗାଡ଼ି ଭିତରେ ଦୁଷ୍କର୍ମ କରିଥିଲେ। 

ଦୁଷ୍କର୍ମ ସଂପୂର୍ଣ୍ଣ ଯୋଜନାବଦ୍ଧ ଥିଲା। କାରଣ ଅଲୀ ଖାନଙ୍କ ଜଣେ ବନ୍ଧୁ ମାଜ ଖାନ ଘଟଣା ବେଳେ ଉକ୍ତ ପରିତ୍ୟକ୍ତ ସ୍ଥାନରେ ରହିଥିଲେ। ସେ ଅନ୍ଧାର ଭିତରେ ରହି କାରର ଝରକା ବାଟେ ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲରେ କଏଦ କରିଥିଲେ। ମାଜ ଖାନ ଜଣେ ଜିମ ମାଲିକ।

Advertisment

ପରବର୍ତ୍ତୀ ଅବସ୍ଥାରେ ଅଲୀ ଖାନ ଓ ମାଜ ଖାନ ଉକ୍ତ ଭିଡିଓକୁ ଭାଇରାଲ କରି ଦେବାର ଧମକ ଦେଇ ଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ। ଛାତ୍ରୀ ଜଣଙ୍କ ବହୁତ କଷ୍ଟରେ ୪୦ ହଜାର ଯୋଗାଡ଼ କରି ସେମାନଙ୍କୁ ଦେଇଥିଲେ। ତଥାପି ଉଭୟ ତାଙ୍କୁ ବ୍ଲାକମେଲ କରିବା ବନ୍ଦ କରି ନଥିଲେ। ବିଭିନ୍ନ ସମୟରେ ସେମାନେ ଛାତ୍ରୀଙ୍କୁ ଡାକିବା ସହ ୪ଟି ଗାଡ଼ି ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। 

ବାରମ୍ବାର ଏପରି ଘଟଣା ଘଟିବାରୁ ଛାତ୍ରୀ ଜଣଙ୍କ ଅଲୀ ଖାନ ଓ ମାଜ ଖାନଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଏଥିରେ ଅଲୀ ଖାନ ରାଗି ଯାଇ ଆପତ୍ତିଜନକ ଭିଡିଓ ଛାତ୍ରୀଙ୍କ କିଛି ସାଙ୍ଗମାନଙ୍କୁ ପଠାଇ ଦେଇଥିଲେ। ସେହିପରି ଛାତ୍ରୀଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ସବୁ କଥା ତାଙ୍କ ଘର ଲୋକଙ୍କୁ କହିଥିଲେ। ଏହାପରେ ହିନ୍ଦୁ ସଂଗଠନ ସହାୟତାରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। 

ପୁଲିସ ଅଭିଯୋଗ ପାଇବା ପରେ ଅଲୀ ଖାନ ଓ ମାଜ ଖାନଙ୍କୁ ଗିରଫ କରିଛି। ସେହିପରି ୨ ସେଡାନ ଓ ଗୋଟିଏ ଥାରକୁ ଜବତ କରିଛି। ଘଟଣା ଅତ୍ୟନ୍ତ ସମ୍ବେଦଶୀଳ ହୋଇଥିବାରୁ ପୁଲିସ୍‌ ଏସଆଇଟି ଗଠନ କରିଛି।

ଏସଆଇଟିର ନେତୃତ୍ୱ ଜଣେ ଆସିସଷ୍ଟାଣ୍ଟ କମିଶନ ନେଉଛନ୍ତି। ସେହିପରି ଦୁଇ ଅଭିଯୁକ୍ତ ସମାନ କାଣ୍ଡ ଆଉ କାହା ସହ ଘଟାଇଛନ୍ତି କି ନାହିଁ, ତା’ର ତଦନ୍ତ ମଧ୍ୟ ପୁଲିସ୍‌ କରୁଛି। 

Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe