Advertisment

ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର

ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ଶେଷ ୨୩ଟି ବୋମା ବିସ୍ଫୋରଣ ଧମକ ପଛରେ ରହିଥିଲା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର। ଦିଲ୍ଲୀ ପୁଲିସ୍‌ ଘଟଣାର ତଦନ୍ତ କରି ଧମକ ଦେଇଥିବା ଛାତ୍ରକୁ ଠାବ କରିବାରେ ସକ୍ଷମ ହୋଇଥିବା ଡିସିପି(ଦକ୍ଷିଣ) ଅଙ୍କିତ ଚୌହାନ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ସେ ଧମକପୂର୍ଣ୍ଣ ଇ-ମେଲ ସ୍କୁଲଗୁଡ଼ିକ ପଠାଇଥିବା ସ୍ୱୀକାର କରିଛି। ତାକୁ ଏବେ ଅଟକ ରଖାଯାଇଛି। ସେ ସ୍କୁଲରେ ପରୀକ୍ଷା ବନ୍ଦ କରିବାକୁ ଏପରି ନାଟକ କରିଥିଲା।

ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।

Advertisment

କିଛି ଦିନ ତଳେ ଦିଲ୍ଲୀର ୩ଟି ସ୍କୁଲକୁ ମିଳିଥିବା ବୋମା ଧମକ ପଛରେ ସେହି ସ୍କୁଲର କିଛି ଛାତ୍ର ସାମିଲଥିବା ପୁଲିସ୍‌ ସୂଚନା ଦେଇଥିଲା। ପ୍ରାଥମିକ ତଦନ୍ତ ପରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲର ଜଣେ ଅଧିକାରୀ କହିଥିଲେ ଯେ ଇ-ମେଲ ଯୋଗେ ମିଳିଥିବା ବୋମା ଧମକ ପଛରେ ସେହି ସ୍କୁଲରେ ପଢ଼ୁଥିବା ଦୁଇ ଭାଇ ରହିଛନ୍ତି। ସେମାନେ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଚାହୁଁଥିଲେ। ସେଥିପାଇଁ ସେମାନେ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ।

ସେମାନଙ୍କୁ ଜେରା କରିବା ବେଳେ ସବୁ କଥା ସାମ୍ନାକୁ ଆସିଥିଲା। ତେବେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲେ।

Delhi Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe