Advertisment

ହଠାତ୍‌ ହୃଦଘାତ ଯୋଗୁ ଚାଲିଗଲା ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ଓ ଦୁଇ ଯୁବକଙ୍କ ଜୀବନ

ବିଗତ କିଛି ମାସ ହେଲାଣି, ଗୁଜରାଟରେ ଯୁବକ ଓ ଛୋଟ ପିଲା ଏପରି ହୃଦଘାତରେ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ଏବେ ଏହି ତାଲିକାରେ ଆଉ ୩ ଜଣ ଯୋଡ଼ି ହୋଇ ଯାଇଛନ୍ତି।

Heart attack

Heart attack

Advertisment

ଗୁଜରାଟରେ ହୃଦଘାତ ଏବେ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ଛୋଟ ପିଲାଠାରୁ ଆରମ୍ଭ କରି ଯୁବକମାନେ ମଧ୍ୟ ହୃଦଘାତ ଯୋଗୁ ହଠାତ୍‌ ଆଖି ବୁଜୁଛନ୍ତି। ଏହିକ୍ରମରେ ଦେବଭୂମି ଦ୍ୱାରକା ଓ ରାଜକୋଟରେ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ଏବଂ ୨୫ ବର୍ଷରୁ କମ ବୟସ୍କ ଦୁଇ ଯୁବକ ହଠାତ୍‌ ହୃଦଦଘାତରେ ପ୍ରାଣ ହରାଇଛନ୍ତି। 

Advertisment

ବିଗତ କିଛି ମାସ ହେଲାଣି, ଗୁଜରାଟରେ ଯୁବକ ଓ ଛୋଟ ପିଲା ଏପରି ହୃଦଘାତରେ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ଏବେ ଏହି ତାଲିକାରେ ଆଉ ୩ ଜଣ ଯୋଡ଼ି ହୋଇ ଯାଇଛନ୍ତି।

ଦେବଭୂମି ଦ୍ୱାରକାର ବିଜାପୁର ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି। କାରଣ ଏଠାରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ୧୨ ବର୍ଷୀୟ ପିଲା ହୃଦଘାତରେ ପ୍ରାଣ ହରାଇଛି। ଏତେ କମ ବୟସରେ ହୃଦଘାତରେ ପିଲାଟିର ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି।

Advertisment

ପ୍ରାଣ ହରାଇଥିବା ପିଲାଟି ହେଲା ଦୁଷ୍ୟନ୍ତ ପିପ୍ରୋଟର। ସେ ଗୋଟିଏ ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲା। ଭୋର ପ୍ରାୟ ୫.୩୦ରେ ଘରର ଅଗଣାରେ ଦୁ‍ଷ୍ୟନ୍ତ ଅଚେତ ଅବସ୍ଥାରେ ପଡ଼ି ରହିଥିଲା। ତା’କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଦୁଷ୍ୟନ୍ତଙ୍କ ବାପା ଘନଶ୍ୟାମ କହିଛନ୍ତି, “ସବୁଦିନ ଭଳି ଆଜି ମଧ୍ୟ ମୋ ମା’ ଭୋରରୁ ଉଠିଥିଲା। କିନ୍ତୁ ସେ ଦୁଷ୍ୟନ୍ତଙ୍କୁ ଅଗଣାରେ ପଡ଼ି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କ’ଣ ହୋଇଛି ବୋଲି ଆମେ ଜାଣିବାକୁ ଚେଷ୍ଟା କରିଥିଲେ ହେଁ ତା’ର ନିଃଶ୍ୱାସ ଚାଲୁ ନଥିବା ଜଣାପଡ଼ି ନଇଥିଲା।

ଆମେ ତୁରନ୍ତ ତାକୁ ହସ୍ପିଟାଲ ନେଇ ଯାଇଥିଲୁ। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।” ଏହି ଘଟଣା ପରେ ଗାଁରେ ଏକପ୍ରକାରର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ସୋମବାର ରାଜକୋଟରେ ୨୩ ବର୍ଷୀୟ ନିମିତ ସଦରାଣି ନାନା ମୌଭା ରୋଡର ଗୋଟିଏ ଫାର୍ମାସୀ ନିକଟରେ ଟଲି ପଡ଼ିଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇ ପଡ଼ି ଯାଇଥିଲେ। ସେହି ଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ନିମିତ ଦୀର୍ଘ ଦିନ ହେଲା ଚାକିରି ଖୋଜୁ ଥିଲେ। ସୋମବାର ସେ ଗୋଟିଏ ବ୍ୟାଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ଏଥିପାଇଁ ସେ ଶାସ୍ତ୍ରୀନଗର-ଆଜମେର ଅଞ୍ଚଳରେ ଛିଡ଼ା ହୋଇଥିଲେ। ଏତିକି ବେଳେ ହଠାତ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। 

ରାଜକୋଟର ଖୋଖାଡାଡ ଗାଁରେ ୨୪ ବର୍ଷୀୟ ଜସ୍ମୀନ ବାଘାସିୟା ମଧ୍ୟ ହୃଦଘାତରେ ଆଖି ବୁଜିଛନ୍ତି। ସୋମବାର ସକାଳ ପ୍ରାୟ ୭ଟା ବେଳେ ବାଘାସିୟା ତାଙ୍କ ଭିଣୋଈଙ୍କ ଫ୍ୟାକ୍ଟ୍ରୀରେ ପହଞ୍ଚିଥିଲେ। ସେ ସେଠାରେ ସବୁଦିନ ଭଳି ସୋମବାର ମଧ୍ୟ ପ୍ରାର୍ଥନା କରିଥିଲେ।

କିନ୍ତୁ ଏହି ସମୟରେ ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ। ଏହା ଦେଖି ଫ୍ୟାକ୍ଟ୍ରୀରେ କାମ କରୁଥିବା ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତା ବାଘାସିୟାଙ୍କୁ ମୃତ ଘୋଷଣା କରିଥିଲେ।

Gujarat Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe