Advertisment

୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ନଦୀରୁ ମିଳିଲା ମୃତଦେହ

ଆସାମର କାମରୂପ ଜିଲ୍ଲାରେ ଏହି ଘଟଣା ଘଟିଛି। ଗତ ସୋମବାର ୮ମ ଶ୍ରେଣୀରେ ପଢ଼ୁବା ୧୬ ବର୍ଷୀୟ ଛାତ୍ରୀ ଜଣଙ୍କ ମୋବାଇଲରେ ରିଚାର୍ଜ କରିବାକୁ ଯାଇଥିଲେ।

Stop Rape

Stop Rape

Advertisment

ପୁଣି ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ଫୋନ ରିଚାର୍ଜ କରିବାକୁ ଯାଇଥିବା ଜଣେ ୧୬ ବର୍ଷୀୟ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହାପରେ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ଆସାମ ପୁଲିସ୍‌ ମୃତଦେହକୁ ନଦୀରୁ ଉଦ୍ଧାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଆସାମର କାମରୂପ ଜିଲ୍ଲାରେ ଏହି ଘଟଣା ଘଟିଛି। ଗତ ସୋମବାର ୮ମ ଶ୍ରେଣୀରେ ପଢ଼ୁବା ୧୬ ବର୍ଷୀୟ ଛାତ୍ରୀ ଜଣଙ୍କ ମୋବାଇଲରେ ରିଚାର୍ଜ କରିବାକୁ ଯାଇଥିଲେ। ହେଲେ ସେଠାରୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ ମଧ୍ୟ ସୋମବାର ଠାରୁ ଛାତ୍ରୀଙ୍କୁ ଠାବ କରିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ସୁଫଳ ପାଇ ନଥିଲା। ତେବେ ଶୁକ୍ରବାର ସୋନାପୁର ଠାରେ ଥିବା ଦିଗାରୁ ନଦୀରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

Advertisment

ଶବ ବ୍ୟବଚ୍ଛେଦ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ପରିବାର ଓ ସ୍ଥାନୀୟ ଲୋକମାନେ ସୋନାପୁର ପୁଲିସ୍‌ ଷ୍ଟେସନ ଆଗରେ ବିକ୍ଷୋଭ ଆରମ୍ଭ କରିଥିଲେ। ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ତା’କୁ ଫାଶୀ ଦେବାକୁ ଦାବି କରିଥିଲେ।

ଲୋକଙ୍କ ଆକ୍ରୋଶ ବଢ଼ୁଥିବାରୁ ପୁଲିସ୍‌ ବେଶ ଗୁରୁତ୍ୱର ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ରବିବାର ପୁଲିସ୍‌ ଜଣେ ଅଟୋ ଚାଳକଙ୍କୁ ଗିରଫ କରିଥିଲା। ଜେରା ବେଳେ ସେ ନିଜର ଅପରାଧକୁ ସ୍ୱୀକାର କରିଥିବା ପୁଲିସ୍‌ କହିଛି। ତେବେ ସେ କ’ଣ ପାଇଁ ଏମିତି କାଣ୍ଡ ଘଟାଇଲା, ସେକଥା ପୁଲିସ୍‌ ସ୍ପଷ୍ଟ କରିନାହିଁ।

Assam Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe