Advertisment

ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ଆସିଲା ହୃଦଘାତ, ନବମ ଶ୍ରେଣୀ ଛାତ୍ରୀ ମୃତ

ଗୁଜରାଟ ଏମରେଲି ସହରର ଏକ ସ୍କୁଲରେ ଘଟିଛି ଏହି ଘଟଣା।

Representative Image

Representative Image

Advertisment

ପରୀକ୍ଷା ଗୃହକୁ ଯିବା ସମୟରେ ଜଣେ ଛାତ୍ରୀଙ୍କର ହୃଦଘାତରେ ଜୀବନ ଚାଲିଯାଇଛି। ଗୁଜରାଟ ଏମରେଲି ସହରର ଏକ ସ୍କୁଲରେ ଘଟିଛି ଏହି ଘଟଣା। ଛାତ୍ରୀଙ୍କୁ 15 ବର୍ଷ ହୋଇଥିବା ବେଳେ ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ।

Advertisment

ମୃତ ଛାତ୍ରୀ ଜଣକ ହେଉଛନ୍ତି ରାଜକୋଟର ଶାକ୍ଷୀ ରଜୋସରା। ସେ ଗତକାଲି ପରୀକ୍ଷା ଦେବା ପାଇଁ ବିଦ୍ୟାଳୟରେ ପହଞ୍ଚିଥିଲେ। ପରୀକ୍ଷା ଗୃହକୁ ପ୍ରବେଶ କରିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ ଶାକ୍ଷୀ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କାର୍ଡିଆକ୍ ଆରେଷ୍ଟ୍ ବା ହୃଦୟ ଜନିତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ତଥାପି ସ୍ପଷ୍ଟତା ପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment

ବର୍ତ୍ତମାନ ସମୟରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ହୃଦଘାତ ସମସ୍ୟା। ବିଶେଷକରି ଗୁଜରାଟରେ ଏହି ସଂଖ୍ୟା ବୃଦ୍ଧି ଚିନ୍ତାରେ ପକାଇଛି। ନିକଟରେ ଦୁର୍ଗା ପୂଜା ନବରାତ୍ରି ସମୟରେ ଗରବା ନୃତ୍ୟ କରୁଥିବା ସମୟରେ ଗୋଟିଏ ଦିନରେ 24 ଜଣଙ୍କର ମୃତ୍ୟୁ ଘଟିଥିଲା। ଗରବା ଅଭ୍ୟାସ ସମୟରେ ମଧ୍ୟ ଜଣେ ଯୁବକ ପ୍ରାଣ ହରାଇଥିଲେ।

ସବୁଠୁ ବଡ କଥା ହେଉଛି କି, ମୃତକଙ୍କ ମଧ୍ୟରେ କିଶୋର ଏବଂ 50ରୁ କମ୍ ବୟସର ବ୍ୟକ୍ତି ରହୁଛନ୍ତି। ହଠାତ୍ ଏପରି ହୃଦଘାତ ସମସ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। 

Heart Attack Cardiac Arrest Heart Attack Gujrat Student Died Cardiac Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe