Advertisment

ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର

ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।

Mumbai

Mumbai

Advertisment

ସରକାରୀ ସ୍ୱାସ୍ଥ୍ୟ ସେବାର ଆଉ ବିକଳ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ ସଫେଇ କର୍ମଚାରୀ କରୁଛନ୍ତି ECG। ସଫେଇ କର୍ମଚାରୀ ଜଣଙ୍କ ଜଣେ ମହିଳାଙ୍କ ECG କରୁଥିବା ବେଳେ ତାଙ୍କୁ ହଠାତ୍‌ ଧରିଛନ୍ତି ଜଣେ ପୂର୍ବତନ ମହିଳା କର୍ପୋରେଟର। ଘଟଣାର ଭିଡିଓ ଭାଇରାଲ ହେବା ପରେ ସରକାରୀ ହସ୍ପିଟାଲ ପକ୍ଷରୁ ଜଣେ ଆସିସଷ୍ଟାଣ୍ଟ ପିଜିକସିଆନଙ୍କୁ ଇସିଜି ପାଇଁ ତରବରିଆ ଭାବେ ନିଯୁକ୍ତି କରାଯାଇଛି।

Advertisment

ପୂରା ଘଟଣା ଡିସେମ୍ବର ୨୮ରେ ଘଟିଥିଲା। ସମାଜବାଦୀ ପାର୍ଟିର ପୂର୍ବତନ କର୍ପୋରେଟର ରୁକସାନା ସିଦ୍ଦିକୀ ମୁମ୍ବାଇରେ ଥିବା ଶତାବ୍ବୀ ହସ୍ପିଟାଲକୁ ପରିଦର୍ଶନ ପାଇଁ ଯାଇଥିଲେ। ସେ ବିଭିନ୍ନ ସ୍ଥାନ ବୁଲି ଦେଖୁଥିବା ବେଳେ ସଫେଇ କର୍ମଚାରୀ ଜଣେ ମହିଳାଙ୍କ ଇସିଜି କରୁଥିବା ଦେଖି ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯେତେବେଳେ ମୁକେଶ ନାମକ କର୍ମଚାରୀଙ୍କୁ ସିଦ୍ଦିକୀ ଧରିଥିଲେ ସେତେବେଳେ ସେ ହସ୍ପିଟାଲରେ ସଫେଇ କାମ କରନ୍ତି ବୋଲି କହିଥିଲେ। ଏଥିସହ କର୍ମଚାରୀ ଅଭାବରୁ ସେ ହିଁ ଇସିଜି କରୁଥିବା ସଫେଇ ଦେଇଥିଲେ।

Advertisment

ଅତ୍ୟନ୍ତ ରାଗି ଯାଇ ସିଦ୍ଦିକୀ କହିଥିଲେ, “ତୁମେ କିଏ? ତୁମେ କେଉଁ କାମ କରୁଛ?” ଏହାର ଜବାବରେ ମୁକେଶ କହିଥିଲେ ଯେ “ମୋ ନାଁ ମୁକେଶ ଓ ମୁଁ ଏଠାରେ ସୁଇପର ଭାବେ କାମ କରେ।” ଏକଥା ଶୁଣି ସିଦ୍ଦିକୀ ପୂରା ବିରକ୍ତ ହୋଇଯାଇଥିଲେ। ସେ କହିଥିଲେ, “ଏହା କ’ଣ ଠିକ ପଦକ୍ଷେପ? ଜଣେ ସୁଇପର ମହିଳାଙ୍କର ଇସିଜି କରୁଛନ୍ତି।

ଏବାବଦରେ ତୁମର କ’ଣ ଜ୍ଞାନ ରହିଛି? ତୁମେ ଏଠାରେ ଜଣେ ମହିଳା ରୋଗୀଙ୍କ ଇସିଜି କରୁଥିବା ବେଳେ କୌଣସି ମହିଳା ଡାକ୍ତର ଏହା କରିବାକୁ ଏଠାରେ ନାହାନ୍ତି। ତୁମେ ରୋଗୀଙ୍କୁ କହି ପାରିଥାଆନ୍ତ ଯେ ଏହା ତୁମ କାମ ନୁହେଁ। ତୁମେ କେମିତି ଏ କାମ କରୁଛ?” ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।

ଘଟଣା ସମ୍ପର୍କରେ ସିଦ୍ଦିକୀ ହସ୍ପିଟାଲର ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଥିଲେ। ୩ ବର୍ଷ ହେଲାଣି ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ଥିବା ଅଧିକାରୀମାନେ ସ୍ୱୀକାର କରିଛନ୍ତି। ଅଧିକାରୀମାନେ ଆହୁରି କହିଛନ୍ତି ଯେ ଘରୋଇ କର୍ମଚାରୀମାନେ ମଧ୍ୟ ଉପଲବ୍ଧ ନାହାନ୍ତି। ତେଣୁ ଉକ୍ତ ସୁଇପରଙ୍କୁ ଇସିଜି କେମିତି ହୁଏ, ତା’ର ତାଲିମ ଦିଆଯାଇ ଉକ୍ତ କାମ କରାଯାଉଛି।

ଏକଥା ଶୁଣିବା ପରେ ସିଦ୍ଦିକୀ ବିଭାଗୀୟ ଅଧିକାରୀ ଓ ମୁକେଶଙ୍କ ନାଁରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିଛନ୍ତି।

Hospital Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe