Advertisment

BMC Election: ଏକଜିଟ ପୋଲ: ମୁମ୍ବାଇର ରାଜା ବିଜେପି, ଫେଲ ମାରିବେ ଠାକରେ ବ୍ରଦର୍ସ!

୧୯୯୨-୧୯୯୬ରୁ ଛାଡ଼ି ୧୯୮୫ରୁ ଅବିଭକ୍ତ ଶିବସେନା ବିଏମସିକୁ ଦଖଲ କରିଚାଲିଥିଲା। ହେଲେ ଏଥର ବିଏମସି ଉଦ୍ଧବ ଠାକେରଙ୍କ ହାତରୁ ଖସିଯିବାର ଆଶଙ୍କା ପ୍ରକାଶ ପାଇଛି। ବିଏମସିର ୨୨୭ ୱାର୍ଡରୁ ବିଜେପି ୧୩୭ଟି ଓ ଶିବସେନା ୯୦ଟିରେ ପ୍ରାର୍ଥୀ ଦେଇଥିଲା।

BMC

ବିଏମସି

Advertisment

ମୁମ୍ବାଇ(Bmc)ର ରାଜା କିଏ ହେବ? ଏ ପ୍ରଶ୍ନର ଉତ୍ତର ଆସନ୍ତକାଲି ମିଳିବ। କିନ୍ତୁ ଏହା ପୂର୍ବରୁ ହୋଇଥିବା ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ମୁମ୍ବାଇର ରାଜା ହେବାକୁ ଯାଉଥିବା ଆକାଳନ କରାଯାଇଛି। ଆଜି ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଭୋଟିଂ ଶେଷ ହୋଇଛି। ୩.୪୮ କୋଟି ଯୋଗ୍ୟ ଭୋଟର ୧୫,୯୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ କରିଦେଇଛନ୍ତି।

Advertisment

ଏହା ମଧ୍ୟରେ ରହିଛି ବ୍ରିହାନ ମୁମ୍ବାଇ ମହାନଗର ନିଗମ ବା ବିଏମସି। ଏହା ହେଉଛି ଭାରତ ତଥା ଏସିଆର ସବୁଠାରୁ ଧନୀ ମହାନଗର ନିଗମ। ଏହାର ବଜେଟ ୭୪,୦୦୦ ଟଙ୍କା। ବିଏମସି ଅଧୀନରେ ଥିବା ୨୨୭ଟି ୱାର୍ଡରେ ୧୭୦୦ ପ୍ରାର୍ଥୀ ନିଜର ଭାଗ୍ୟ କରିଛନ୍ତି। ୨୦୧୭ ପରେ ବିଏମସି ନିର୍ବାଚନ ହେଉଥିବାରୁ ପୂରା ଦେଶର ନଜର ଏହା ଉପରେ ରହିଛି। 

ବିଏମସିରେ ସବୁବେଳେ ଠାକରେ ପରିବାର ରାଜୁତି ଚାଲି ଆସିଛି। ୨୦୧୭ରେ ଶେଷ ଥର ପାଇଁ ବିଏମସି ନିର୍ବାଚନ ହୋଇଥିବା ବେଳେ ଅବିଭକ୍ତ ଶିବସେନା ସର୍ବାଧିକ ୮୪ଟି ଆସନ ଜିତିବା ସହ ମେୟର ପଦ ହାତେଇଥିଲା। କିନ୍ତୁ ୨୦୨୬ରେ ହୋଇଥିବା ନିର୍ବାଚନରେ ବାଜି ପଲଟିବ ବୋଲି ଅଧିକାଂଶ ଏକଜିଟ ପୋଲରେ ଆକଳନ କରାଯାଇଛି। 

Advertisment

ବିଏମସି ନିର୍ବାଚନ ପାଇଁ ଠାକରେ ବ୍ରଦର୍ସ ଅର୍ଥାତ ଉଦ୍ଧବ ଓ ରାଜ ଠାକରେ ହାତ ମିଳାଇଥିଲେ। କିନ୍ତୁ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ି ନଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି। ଅଧିକାଂଶ ଏକଜିଟ ପୋଲର ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମୁମ୍ବାଇର ରାଜା ବନିବ ବୋଲି କହିଛନ୍ତି। 

ଆକ୍ସିସ ମାଇଁ ଇଣ୍ଡିଆ କହିଛି ଯେ ବିଜେପି ନେତୃତ୍ୱାଧୀନ ମହାୟୁତି ମୁମ୍ବାଇରେ ୧୩୧ରୁ ୧୫୧ଟି ୱାର୍ଡରେ ବାଜିମାତ କରିବ। ଜେଭିସି କହିଛି ଯେ ମେଣ୍ଟ ୧୩୮ଟି ଓ ସକାଲ ୧୧୯ଟି ସିଟ ବିଜେପି ନେତୃତ୍ୱାଧରନ ହାତେଇ ବୋଲି କହିଛି। ୨୦ ବର୍ଷ ପରେ ଠାକରେ ବ୍ରଦର୍ସ ଏକାଠି ହୋଇଥିଲେ ହେଁ ଆକ୍ସସ ମାଇଁ ଇଣ୍ଡିଆ କହିଛି ଯେ ଏହି ମେଣ୍ଟ କେବଳ ୫୮ରୁ ୬୮ଟି ଆସନ ଜିତି ପାରିବେ। ଜେଭିସି ଏକଜିଟ ପୋଲରେ ଠାକରେ ବ୍ରଦର୍ସ ୫୯ଟି ଆସନ  ପାଇବେ ବୋଲି ଆକଳନ କରାଯାଇଛି। 

ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରକାଶ ଆମ୍ବେଦକରଙ୍କ ସହ ମେଣ୍ଟ କରିଥିଲା। ହେଲେ ଏହି ମେଣ୍ଟ କେବଳ ୧୨ରୁ ୧୬ଟି ଆସନ ଜିତି ପାରିବେ ବୋଲି ଜେଭିସି କହିଛି। ଆକ୍ସସ ମାଇଁ ଇଣ୍ଡିଆ ଏହି ମେଣ୍ଟକୁ ୧୪ଟି ଆସନ ଓ ଅନ୍ୟାନ୍ୟ ଦଳକୁ ୯ଟି ଆସନ ଦେଇଛି। 

୧୯୯୨-୧୯୯୬ରୁ ଛାଡ଼ି ୧୯୮୫ରୁ ଅବିଭକ୍ତ ଶିବସେନା ବିଏମସିକୁ ଦଖଲ କରିଚାଲିଥିଲା। ହେଲେ ଏଥର ବିଏମସି ଉଦ୍ଧବ ଠାକେରଙ୍କ ହାତରୁ ଖସିଯିବାର ଆଶଙ୍କା ପ୍ରକାଶ ପାଇଛି। 

ବିଏମସିର ୨୨୭ ୱାର୍ଡରୁ ବିଜେପି ୧୩୭ଟି ଓ ଶିବସେନା ୯୦ଟିରେ ପ୍ରାର୍ଥୀ ଦେଇଥିଲା। ମାହାୟୁତିରେ ଅଜିତ ପାୱାରଙ୍କ ଏନସିପି ରହିଥିଲେ ହେଁ ଏକାକୀ ମହାନଗର ନିଗମ ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ବିରୋଧୀ ମେଣ୍ଟରେ ଥିଲେ ବି ଏକାକୀ ଅଧିକାଂଶ ସିଟରେ ପ୍ରାର୍ଥୀ ଦେଇଥିଲା। 

Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe