Advertisment

ମସଜିଦ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ମୌଲବୀ

ମସଜିଦ ଭିତରେ ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଉ ଏପରି କାଣ୍ଡ ଘଟାଇଥିବା ମୌଲବୀଙ୍କୁ ବାନ୍ଧିଛି ପୁଲିସ୍‌ ।

ଅଦ୍ୟତନ ହୋଇଛି
Rape

Rape

Advertisment

ରାଜସ୍ଥାନରେ ଘଟିଛି ଲଜ୍ଜାଜନକ ଘଟଣା। ମସଜିଦ ଭିତରେ ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଉ ଏପରି କାଣ୍ଡ ଘଟାଇଛନ୍ତି ମୌଲବୀଜଣକ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ମୌଲବୀଙ୍କୁ ବାନ୍ଧିଛି।

Advertisment

ଘଟଣା ଦିନ ନାବାଳିକାଜଣକ ନିଜ ଘର ସମ୍ମୁଖରେ ଖେଳୁଥିଲେ। ନାବାଳିକାର ଘର ନିକଟରେ ମସଜିଦ ଅବସ୍ଥିତ । ଏହି ସମୟରେ ଛୁଆଟି ଏକୁଟିଆ ଥିବା ଦେଖି ମୌଲବୀଜଣକ ତାକୁ ପ୍ରଲୋଭିତ କରି ମସଜିଦ୍‌କୁ ନେଇ ଯାଇଥିଲେ। ସେଠାରେ ସେ ପିଲାଟି ସହ ଦୁଷ୍କର୍ମ କରୁଥିଲେ।

ଉକ୍ତ ସମୟରେ ନାବାଳିକାଙ୍କ ମା’ ଝିଅକୁ ଖୋଜାଖୋଜି କରୁଥିବା ବେଳେ ତା’ ଚିତ୍କାର ଶୁଣିବାକୁ ପାଇଲେ। ଏହାପରେ ତୁରନ୍ତ ମସଜିଦ ଭିତରକୁ ଦୌଡ଼ିଯାଇ ସେଠାରୁ ନିଜ ଝିଅକୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ମା’କୁ ଦେଖି ମୌଲବୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ନାବାଳିକାଙ୍କ ପରିବାର ଲୋକେ ଏନେଇ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି। ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍‌ ଅଭିଯୁକ୍ତ ମୌଲବୀଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Minor Raped Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe