Advertisment

ଉପରିସ୍ଥ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜୀବନ ହାରିଲେ କିରାଣୀ

ଆଉ ଚାକିରିରେ ମନ ଲାଗୁନି। ବହୁତ ମାନସିକ ନିର୍ଯାତନା ଦେଉଛନ୍ତି ଉପରିସ୍ଥ ଅଧିକାରୀ। ତେଣୁ ଆଉ ବଞ୍ଚିବାକୁ ବି ଇଚ୍ଛା ନାହିଁ। ’

Clerk

Clerk

Advertisment

‘ଆଉ ଚାକିରିରେ ମନ ଲାଗୁନି। ବହୁତ ମାନସିକ ନିର୍ଯାତନା ଦେଉଛନ୍ତି ଉପରିସ୍ଥ ଅଧିକାରୀ। ତେଣୁ ଆଉ ବଞ୍ଚିବାକୁ ବି ଇଚ୍ଛା ନାହିଁ। ’ ନିଜ ଜୀବନର ଶେଷ ମେସେଜ ଭାବେ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ଏପରି କିଛି ଅକୁହା କଥା ଲେଖି ଜୀବନ ହାରିଛନ୍ତି ଜଣେ ସରକାରୀ କର୍ମଚାରୀ। ଏପରି ଏକ ଚକିତ ଘଟଣା ଉତ୍ତରପ୍ରଦେଶର ଝାନସୀରେ ଘଟିଛି। ମୃତକ ହେଲେ ଝାନସୀର ନଗର ନିଗମରେ କାର୍ଯ୍ୟରତ ଥିବା ୫୯ ବର୍ଷୀୟ ପର୍ଶୁରାମ ସତୌୟା ।

Advertisment

ପର୍ଶୁରାମ ଝାନସୀର ନଗର ନିଗମରେ କିରାଣୀ ଭାବେ କାମ କରୁଥିଲେ। ଘଟଣା ଦିନ ସେ ନିଜ ଚାଷ ଜମିକୁ ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଲ ମଝିରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ। ତାଙ୍କ ନିକଟରେ ଏକ ବିଷ ବୋତଲ ପଡ଼ିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଛାନଭିନ କରି ପୁଲିସ୍‌ ଜାଣିବାକୁ ପାଇଲା ଯେ ପର୍ଶୁରାମ ନିଜ ଅଫିସ୍‌ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ମୃତ୍ୟୁ ପୂର୍ବରୁ ଏକ ମେସେଜ ଛାଡ଼ିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ମୋତେ ନଗର ନିଗମ ଅଧିକାରୀ ବହୁତ ହଇରାଣ କରୁଛନ୍ତି। ଏଥିସହ ସେମାନେ ମୋତେ ମରିବାକୁ ବାଧ୍ୟ କରିଛନ୍ତି।

Advertisment

ମୃତକଙ୍କ ପୁଅଙ୍କ କହିବାନୁଯାୟୀ, ନଗର ନିଗମ ଅଧିକାରୀ ଦୀର୍ଘ ଦିନ ପର୍ଯ୍ୟନ୍ତ ବାପାଙ୍କ ପ୍ରମୋଶନକୁ ଅଟକାଇ ରଖିଥିଲେ। ବହୁ ପରିଶ୍ରମ ପରେ ପ୍ରମୋଶନ ହୋଇଥିଲେ ବି ମାନସିକ ନିର୍ଯାତନା ଦେଇଥିଲ। ଏନେଇ ବାପା ଆମମାନଙ୍କୁ କହିବା ସହ ଆଉ ବଞ୍ଚିବାକୁ ଇଚ୍ଛା ହେଉନି ବୋଲି କହିଥିଲେ। ତାଙ୍କୁ ବହୁତ ବୁଝାଶୁଝା କରିବା ସତ୍ତ୍ୱେ ସେ ଚୁପଚାପ ରହୁଥିଲେ। ଆଉ ତା’ ପରେ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି।

ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଲିଖିତ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Suicide Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe