ଗୋଟିଏ ରନୱେରେ ଏକ ସମୟରେ ଉଡ଼ାଣ ଓ ଅବତରଣ କରିଛନ୍ତି ଦୁଇଟି ବିମାନ। ଏପରି କିପରି ସମ୍ଭବ ବୋଲି ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ? ମାତ୍ର କିଛି ମୁହୂର୍ତ୍ତର ବ୍ୟବଧାନ ମଧ୍ୟରେ ଏପରି ଘଟିଥିବାରୁ ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଗତକାଲି ଇନ୍ଦୋରରୁ ଇଣ୍ଡିଗୋ ବିମାନ ମୁମ୍ବାଇ ଆସୁଥିବା ବେଳେ ଏୟାର ଇଣ୍ଡିଆ ବିମାନ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲା। ଏହି ଦୁଇ ବିମାନ ଗୋଟିଏ ରନୱେରେ ଉଡ଼ାଣ ଓ ଅବତରଣ କରୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓ ଅନୁସାରେ, ଏୟାର ଇଣ୍ଡିଆ ବିମାନ ଉଡ଼ାଣର କରିବାର ମାତ୍ର କିଛି ସେକେଣ୍ଡ ପରେ ଇଣ୍ଡିଗୋ ସେହି ରନୱେରେ ଅବତରଣ କରୁଥିବା ଦେଖାଯାଉଛି। ଭିଡିଓ ଭାଇରାଲ ହେବା ପରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ, ଇନ୍ଦୋର-ମୁମ୍ବାଇ ବିମାନର ପାଇଲଟ ଏଟିସିଙ୍କ ନିର୍ଦ୍ଦେଶ ଅନୁସାରେ ଅବତରଣ କରିଥିଲେ। ସେହିପରି ଏୟାର ଇଣ୍ଡିଆ ମଧ୍ୟ ଏଟିସିଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିବା ସ୍ପଷ୍ଟୀକରଣ ଦେଇଛି।
ତେବେ ସୌଭାଗ୍ୟବଶତଃ ଶତାଧିକ ଯାତ୍ରୀ ଏକ ସମ୍ଭାବ୍ୟ ବିପଦରୁ ବର୍ତ୍ତି ଯାଇଥିବା ବେଳେ ଏପରି ଦାୟିତ୍ୱହୀନତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ସ୍ପଷ୍ଟୀକରଣ ମାଗିଛି।
Terrifying moment at Mumbai Airport
— Science Simplified (@SciSimpAAG) June 9, 2024
An Air India plane takes off while an Indigo flight lands on the same runway. A disastrous accident avoided. pic.twitter.com/eARzsqUTPW
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।