Advertisment

ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନର ଉଡ଼ାଣ ଓ ଅବତରଣ

ଗୋଟିଏ ରନୱେରେ ସମାନ ସମୟରେ ଉଡ଼ାଣ ଓ ଅବତରଣ କରିଛି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ।

ଅଦ୍ୟତନ ହୋଇଛି
IndiGo & Air India

IndiGo & Air India

Advertisment

ଗୋଟିଏ ରନୱେରେ ଏକ ସମୟରେ ଉଡ଼ାଣ ଓ ଅବତରଣ କରିଛନ୍ତି ଦୁଇଟି ବିମାନ। ଏପରି କିପରି ସମ୍ଭବ ବୋଲି ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ? ମାତ୍ର କିଛି ମୁହୂର୍ତ୍ତର ବ୍ୟବଧାନ ମଧ୍ୟରେ ଏପରି ଘଟିଥିବାରୁ ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

Advertisment

ସୂଚନା ଅନୁସାରେ, ଗତକାଲି ଇନ୍ଦୋରରୁ ଇଣ୍ଡିଗୋ ବିମାନ ମୁମ୍ବାଇ ଆସୁଥିବା ବେଳେ ଏୟାର ଇଣ୍ଡିଆ ବିମାନ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲା। ଏହି ଦୁଇ ବିମାନ ଗୋଟିଏ ରନୱେରେ ଉଡ଼ାଣ ଓ ଅବତରଣ କରୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓ ଅନୁସାରେ, ଏୟାର ଇଣ୍ଡିଆ ବିମାନ ଉଡ଼ାଣର କରିବାର ମାତ୍ର କିଛି ସେକେଣ୍ଡ ପରେ ଇଣ୍ଡିଗୋ ସେହି ରନୱେରେ ଅବତରଣ କରୁଥିବା ଦେଖାଯାଉଛି। ଭିଡିଓ ଭାଇରାଲ ହେବା ପରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment

ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ, ଇନ୍ଦୋର-ମୁମ୍ବାଇ ବିମାନର ପାଇଲଟ ଏଟିସିଙ୍କ ନିର୍ଦ୍ଦେଶ ଅନୁସାରେ ଅବତରଣ କରିଥିଲେ। ସେହିପରି ଏୟାର ଇଣ୍ଡିଆ ମଧ୍ୟ ଏଟିସିଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିବା ସ୍ପଷ୍ଟୀକରଣ ଦେଇଛି। 

ତେବେ ସୌଭାଗ୍ୟବଶତଃ ଶତାଧିକ ଯାତ୍ରୀ ଏକ ସମ୍ଭାବ୍ୟ ବିପଦରୁ ବର୍ତ୍ତି ଯାଇଥିବା ବେଳେ ଏପରି ଦାୟିତ୍ୱହୀନତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ସ୍ପଷ୍ଟୀକରଣ ମାଗିଛି। 

Air India Indigo Mumbai Airport ATC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe