Advertisment

ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍‌ ଚାଲିଥିବା ସମୟରେ ଖୋଲିଗଲା ଡୋର୍

ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।

Joy ride Door Opened

Joy ride Door Opened

Advertisment

ଗୁଜରାଟ ବଡୋଦରାରେ ଟଳିଲା ବଡ଼ ବିପତ୍ତି। ମାଞ୍ଜଲପୁର ଅଞ୍ଚଳରେ ଚାଲିଥିବା ମେଳାରେ ଅଳ୍ପକେ ବର୍ତ୍ତିଲେ ଶିଶୁ। ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍। ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ଶିଶୁ।

Advertisment

କମ୍ପାଟମେଣ୍ଟର କବାଟ ଖୋଲିଯିବାରୁ ଦୁଇ ଶିଶୁ ରାଇଡର ଡୋରକୁ ଧରି ଅଟକି ରହିଥିବା ଭିଡିଓରୁ ସ୍ପଷ୍ଟ ଜଣା ପଡୁଛି। ତେବେ ସଙ୍ଗେ ସଙ୍ଗେ ରାଇଡଟିକୁ ଅଟକାଇ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପୁଲିସ ସମେତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସୂଚନା ମୁତାବକ, ଏହି ମେଳାକୁ ଶହ ଶହ ଲୋକ ଆସିଥିଲେ। ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ରାଇଡ୍‌ ପିଡିଥିଲ। ଏତିକି ବେଳେ ହେଲିକପ୍ଟର ରାଇଡ୍‌ର ମଜା ନେବା ପାଇଁ ଅଧିକାଂଶ ପିଲା ବସିଥିଲେ। ତେବେ ଏହା ଆରମ୍ଭ ହେବାର ମାତ୍ର ୨୦ ସକେଣ୍ଡ ପରେ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡର କବାଟ ଖୋଲି ଯାଇଥିଲା। ଆଉ ଦୁଇ ଜଣ ପିଲା କବାଟ ଧରି ଝୁଲି ରହିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସଙ୍ଗେ ସଙ୍ଗେ ଏହାକୁ ବନ୍ଦ କରିଦିଆଯାଇଥିଲା।

Advertisment

ବର୍ତ୍ତମାନ ମେଳାର ସମସ୍ତ ରାଇଡ ବନ୍ଦ କରାଯିବା ସହ ଘଟଣାର ଯାଞ୍ଚ କରୁଛି ପୁଲିସ। ଏଥିସହ ଏଭଳି ଅବହେଳାକୁ ନେଇ ମେଳା ଆୟୋଜନକାରୀଙ୍କ ବିରୋଧ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଲିନା ପାଟିଲ କହିଛନ୍ତି

Gujarat Joy Ride Vadodara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe