ବାଦଲ ଥେରାପୀ
ପ୍ରଦୂଷଣ(Air Pollution) ଯୋଗୁ ଅଣନିଃଶ୍ୱାସୀ ହୋଇ ପଡ଼ିଥିବା ଦିଲ୍ଲୀକୁ ଆଜି ଦିଆଯାଇଛି ବାଦଲ ଥେରାପୀ। ଦିଲ୍ଲୀ(Air Pollution In Delhi)ରେ କୃତ୍ରିମ ବର୍ଷା କରିବା ପାଇଁ ଏପରି ବାଦଲ ଥେରାପୀ କରାଯାଇଛି। ଦୁଇଟି ପର୍ଯ୍ୟାୟରେ କିଛି ସ୍ଥାନରେ ବାଦଲ ଥେରାପୀ ବା କ୍ଲାଉଡ ସିଡିଂ ଶେଷ ହୋଇଛି। ଏବେ ଦିଲ୍ଲୀବାସୀଙ୍କ ଠାରୁ ଆରମ୍ଭ କରି ସମସ୍ତେ କୃତ୍ରିମ ବର୍ଷାକୁ ଅପେକ୍ଷା କରିଛି। ବାଦଲ ଥେରାପୀର ୧୫ରୁ ୪ ଘଣ୍ଟା ମଧ୍ୟରେ କୃତ୍ରିମ ବର୍ଷା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
କିନ୍ତୁ ବାଦଲରେ ଆଦ୍ରତା ୧୫ରୁ ୨୦% ଥିବାରୁ ବର୍ଷାର ମାତ୍ରା ଯଥେଷ୍ଟ କମ ରହିବାର ମଧ୍ୟ ଆଶଙ୍କା ରହିଛି। ଦିଲ୍ଲୀ ସରକରୀ ସେପ୍ଟେମ୍ବର ମାସରେ ଆଇଆଇଟି କାନପୁର ସହ ବାଦଲ ଥେରାପୀର ୫ଟି ଟ୍ରାଏଲ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ସମସ୍ତ କ୍ଲାଉଡ ସିଡିଂ ଉତ୍ତର ପଶ୍ଚିମ ଦିଲ୍ଲୀରେ ହେବ ଓ ଏଥିପାଇଁ ୩.୨୧ କୋଟି ଟଙ୍କା ଖର୍ଚ୍ଚ କରିବାର ନିଷ୍ପତ୍ତି ହୋଇଛି।
ଏହି ଚୁକ୍ତି ଅନୁସାରେ ଆଜି ଦୁଇଟି ପର୍ଯ୍ୟାୟରେ ଆଇଆଇଟି କାନପୁର ପକ୍ଷରୁ ବାଦଲ ଥେରାପୀ କରାଯାଇଛି। ବାକି ୩ଟି ଥେରାପୀ ନଭେମ୍ବର ୩୦ ସୁଦ୍ଧା ଶେଷ ହେବ। ଅକ୍ଟୋବର ୧ରୁ ନଭେମ୍ବର ୩୦ ମଧ୍ୟ ବାଦଲ ଥେରାପୀ ଶେଷ କରିବାକୁ ଦିଲ୍ଲୀ ସରକାର ଆଇଟିଆଇଟି କାନପୁର ସହ ଚୁକ୍ତି କରିଥିଲେ।
ଆଇଆଇଟି କାନପୁର କହିଛି ଯେ ୪୬.୩ କିମି ଲମ୍ବା ଓ ୭.୪ କିମି ଚଉଡ଼ା ଅଞ୍ଚଳରେ ବାଦଲ ଥେରାପୀ କରାଯାଇଛି। ଖେକରା ଓ ବୁରାରୀ ମଧ୍ୟରେ ସବୁଠାରୁ ଲମ୍ବା ଅଞ୍ଚଳରେ ବି ସିଡିଂ ହୋଇଛି। ପ୍ରଥମ ରାଉଣ୍ଡର ୪ ହଜାର ଫୁଟ ଉପରୁ ୬ଟି ଫ୍ଲାୟର୍ସ ରିଲିଜ କରାଯାଇଥିଲା। ସେହିପରି ଦିନ ୩.୫୫ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ବାଦଲ ଥେରାପୀ ସମୟରେ ୫ ହଜାର ଫୁଟ ଉଚ୍ଚରୁ ୮ଟି ଫ୍ଲାୟର୍ସ ଛଡ଼ା ଯାଇଛି।
କ୍ଲାଉଡ ସିଡିଂ ବା ବାଦଲ ଥେରାପୀ କ’ଣ?
ସିଲଭର ଆଓଡାଇଡ ନାନୋପାର୍ଟିକିଲ୍ସ, ଆଓଡିନ ଯୁକ୍ତ ଲୁଣ ଓ ଶୁଷ୍କ ବରଫ ଭଳି କେମିକାଲକୁ ବାୟୁମଣ୍ଡଳରେ ଛଡ଼ା ଯାଏ। ପରିବେଶକୁ ବର୍ଷା ପାଇଁ ଅନୁକୂଳ କରିବା ପାଇଁ ଏପରି କରାଯାଇଥାଏ। ଜଳ ସଙ୍କଟ କିମ୍ବା ପ୍ରଦୂଷଣ କବଳିତ ଅଞ୍ଚଳରେ ଏପରି ବ୍ୟବସ୍ଥା ଗ୍ରହଣ କରି କୃତ୍ରିମ ବର୍ଷା କରାଯାଏ। ବିମାନ, ରକେଟ କିମ୍ବା ସ୍ୱତନ୍ତ୍ର ମେସିନ ଦ୍ୱାରା କ୍ଲାଉଡ ସିଡିଂ ହୋଇପାରିବ।
ଆଇଆଇଟି କାନପୁର ପକ୍ଷରୁ ସେସାନ-୨୦୬ଏଚ୍ ଦ୍ୱାରା ଆଜି ଦିଲ୍ଲୀକୁ ଦୁଇଟି ପର୍ଯ୍ୟାୟରେ ବାଦଲ ଥେରାପୀ ଦିଆଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି, କ୍ଲାଉଡ ସିଡିଂ ଖେରକର, ବୁରାରୀ, ମୟୂର ବିହାର ଓ ଆହୁରି ଅନେକ ଅଞ୍ଚଳା କରାଯାଇଛି। ୮ଟି ଫ୍ଲାୟର୍ସ ବ୍ୟବହାର କରାଯାଇଥିବା ବେଳେ ପୂରା ପ୍ରକ୍ରିୟା ଅଧା ଘଣ୍ଟା ଧରି ଚାଲିଥିଲା ବୋଲି ସେ କହିଛନ୍ତି।
ଗତ ସପ୍ତାହରେ ବୁରାରୀ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କ୍ଲାଉଡ ସିଡିଂ କରାଯାଇଥିଲା। କିନ୍ତୁ ଆଦ୍ରତା ୨୦% ତଳେ ଥିବାରୁ ବର୍ଷା ହୋଇ ନଥିଲା। ଏବେ ଆଜି ବି ଆଦ୍ରତା କମ ଥିବାରୁ ଏଯାଏ ବର୍ଷା ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/delhi1-2025-10-28-17-50-34.jpg)