Advertisment

ହିମାଚଳରେ ବାଦଲଫଟା ବର୍ଷା, ଜଣେ ମୃତ, ୨୮ ନିଖୋଜ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି।

Cloud Brust

Cloud Brust

Advertisment

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରିସ୍ଥିତି ଜଟିଳ ହୋଇ ପଡିଛି। ଏହାରି ଭିତରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ନିଖୋଜ ହୋଇଯାଇଛନ୍ତି।

Advertisment

ସୂଚଦା ମୁତାବକ, ଶିମଲାର ରାମପୁର ଅଞ୍ଚଳର ସମେଜ ଖଡ୍ଡ ଅଞ୍ଚଳରେ ଆଜି ବାଦଲ ଫାଟିଛି। ପ୍ରବଳ ବର୍ଷା ଯୋଗୁ ଜଣଙ୍କ ଜୀବନ ଯାଇଛି। ସେହିପରି ମଣ୍ଡିର ପଧର ଉପମଣ୍ଡଳର ଥଲଟୁଖୋଡ ଅଞ୍ଚଳରେ ମଧ୍ୟ ବାଦଲଫଟା ବର୍ଷା ବଡ଼ ଧରଣର ଅଘଟଣ ଘଟାଇଛି। ପାଣିରେ ଭାସି ଯାଇ ଶିମଲାରେ ୧୯ ଜଣ ଓ ମଣ୍ଡିରେ ୯ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବତନ ସିଏମ ଜୟରାମ ଠାକୁର ଏବଂ ବିଜେପି ରାଜ୍ୟ ସଭାପତିଙ୍କ ସହ କଥା ହେବା ପରେ କେନ୍ଦ୍ର ମନ୍ତ୍ରୀ ନାଡ୍ଡା ସମସ୍ତ ବିଜେପି କର୍ମୀଙ୍କୁ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେପଟେ ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ହୋଇଛି। ଟିହରିର ଘନସାଲିରେ ବଦଲ ଫାଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ହୋଇଯାଇଛି।

ଏହା ବ୍ୟତୀତ କେଦାରନାଥ ପଦଯାତ୍ରା ମାର୍ଗରେ ଭୀମ ବାଲି ଗାଡେରାରେ ବାଦଲ ଫାଟିବା ପରେ ପ୍ରାୟ ୧୫୦ରୁ ୨୦୦ ଲୋକ ଫସି ରହିଛନ୍ତି। ଗତ ୨୪ ଘଣ୍ଟା ହେବ ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ, ପାହାଡରୁ ଆରମ୍ଭ କରି ସମତଳ ପର୍ଯ୍ୟନ୍ତ କେବଳ ପାଣି ଆଉ ପାଣି ଚାରିଆଡେ ଦେଖିବାକୁ ମିଳିଛି।

Himachal Pradesh Cloud Brust
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe