Advertisment

ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ କେଜ୍ରିଓ୍ୱାଲ

ତାଙ୍କ ସହ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ୍‌ ମଧ୍ୟ ହନୁମାନ ମନ୍ଦିର ଯାଇ ପୂଜା କରିଥିବାର ଦେଖିବାକୁ ମିଳିଛି।

Kejriwal Visit Hanuman Temple

Kejriwal Visit Hanuman Temple

Advertisment

ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍‌ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଜେଲ୍‌ରୁ ବହାରିବା ପରେ ଆଜି ସେ ହନୁମାନ ମନ୍ଦିର ଯାଇ ବଜରଙ୍ଗବଲିଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ୍‌ ମଧ୍ୟ ହନୁମାନ ମନ୍ଦିର ଯାଇ ପୂଜା କରିଥିବାର ଦେଖିବାକୁ ମିଳିଛି।

Advertisment

ନ୍ୟାୟିକ ହେପାଜତରେ ୪୦ ଦିନ ରହିବା ପରେ ଶୁକ୍ରବାର ରାତିରେ କେଜ୍ରିଓ୍ୱାଲ ତିହାର ଜେଲରୁ ବାହାରିଛନ୍ତି। ଆଜି ସେ ଦିଲ୍ଲୀ କନଟ୍‌ ପ୍ଲେସ୍‌ରେ ଥିବା ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ପୂଜାର୍ଚ୍ଚନା କରିବା ବେଳେ ତାଙ୍କ ସହ ଆପ୍‌ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏବଂ ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ ମନ୍ଦିରରେ ତାଙ୍କ ସହ ବହୁ ସଂଖ୍ୟାରେ ଆପ୍‌ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ।

ମନ୍ଦିରରୁ ବାହାରିବା ପରେ କେଜ୍ରିୱାଲ ଦଳୀୟ କାର୍ଯ୍ୟାଳୟ‌କୁ ଯାଇଛନ୍ତି। ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କେଜ୍ରିୱାଲ ଦୁଇଟି ରୋଡ୍ ଶୋ' ମଧ୍ୟ କରିବେ। ଗୋଟିଏ ଦକ୍ଷିଣ ଦିଲ୍ଲୀରେ ଅପରାହ୍ନ ୪ଟା ଏବଂ ଅନ୍ୟଟି ପୂର୍ବ ଦିଲ୍ଲୀରେ ସନ୍ଧ୍ୟା ୬ ଟାରେ ହେବ ବୋଲି ସୂଚନା ରହିଛି। ‌ଏହି ରୋଡ୍‌ ଶୋ’ରେ ସେ ଆପ୍‌ ପାଇଁ ନିର୍ବାଚନୀ ପ୍ରଚାର କରିବେ।

Advertisment

ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେର ଫେର ମାମଲାରେ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିବା ପରେ କେଜ୍ରିୱାଲ ତିହାର ଜେଲରୁ ଗତକାଲି ସଂଧ୍ୟାରେ ବାହାରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଲାଗି ତାଙ୍କୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି।

Arvind Kejriwal Road Show Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe