ନିର୍ବାଚନ ଫଳାଫଳ ପୂର୍ବରୁ ମୋଦିଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସେ ଚିଠି ମାଧ୍ୟମରେ ମହାଦେବ ଆପ୍‌ ସମେତ ଅନ୍‌ଲାଇନ୍‌ ବେଟିଂ ଆପ୍‌ ସହ ଜଡିତ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

bhupesh and pm modi

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Madhupriya Mistry
  • Published: Saturday, 02 December 2023
  • Updated: 02 December 2023, 02:04 PM IST

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ଫଳାଫଳ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଚିଠି ମାଧ୍ୟମରେ ମହାଦେବ ଆପ୍‌ ସମେତ ଅନ୍‌ଲାଇନ୍‌ ବେଟିଂ ଆପ୍‌ ସହ ଜଡିତ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

ଗତ କିଛି ବର୍ଷ ଧରି ଅନଲାଇନ ବେଟିଂ ଏବଂ ଗେମିଂ ମାଧ୍ୟମରେ ଜୁଆ ଖେଳ ଏବଂ ସଟ୍ଟା ବ୍ୟବସାୟ ଦେଶବ୍ୟାପୀ ବୃଦ୍ଧି ପାଇଛି। ଏହାର ଅପରେଟରମାନେ ବିଦେଶରେ ବେଆଇନ ବ୍ୟବସାୟ ଚଳାଉଛନ୍ତି। ଏହା ଉପରେ କେବଳ କେନ୍ଦ୍ରୀୟ ସ୍ତରର କାର୍ଯ୍ୟ ସମ୍ଭବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।

Also Read

ଛତିଶଗଡ ସରକାର ଏବଂ ପୁଲିସ ପ୍ରଶାସନ ଆରମ୍ଭରୁ ଏହି ବେଆଇନ ବ୍ୟବସାୟ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅନେକ ଅପରାଧ ମଧ୍ୟ ପଞ୍ଜୀକୃତ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ସେମାନଙ୍କ ସମ୍ପତ୍ତି ଜବତ କରିବାରେ ସଫଳତା ହାସଲ କରାଯାଇଛି।

ମାର୍ଚ୍ଚ ୨୦୨୨ ପରଠାରୁ ଏହି ଘଟଣାରେ ୯୦ ରୁ ଅଧିକ ଅପରାଧିକ ମାମଲା ରୁଜୁ କରାଯାଇଛି। ଯେଉଁଥିରେ ୪୫୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥି ସହିତ ବ୍ୟାଙ୍କ ଆକାଉଣ୍ଟରେ ୧୬କୋଟି ଟଙ୍କା ଫ୍ରିଜ ହୋଇଛି। ମୋବାଇଲ, ଲାପଟପ୍‌ ସମେତ ଅନେକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହିତ ରାଜ୍ୟ ପୁଲିସ ମଧ୍ୟ ୮୦ଟି ପ୍ଲାଟଫର୍ମ, ୟୁଆର୍‌ଏଲ୍‌, ଲିଙ୍କ, ଆପ୍ସ ଉପରେ ବ୍ୟାନ୍‌ ଲଗାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଥିବା ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ କହିଛନ୍ତି।

ଏହି ଅନ୍‌ଲାଇନ୍‌ ବ୍ୟାଟିଂରେ ବ୍ୟବହୃତ ଆନ୍ତର୍ଜାତୀୟ ମୋବାଇଲ ନମ୍ବର, ଇମେଲ ଆଇଡି, ଟେଲିଗ୍ରାମ, ହ୍ୱାଟସ୍‌ ଆପ, ୟୁଆରଏଲ ଲିଙ୍କ, ଇନଷ୍ଟାଗ୍ରାମ ଏବଂ ଏପିକେ ଫାଇଲଗୁଡ଼ିକୁ ଚିହ୍ନଟ କରାଯାଇ ବ୍ୟାନ୍‌ କରାଯିବା ଉଚିତ। ଅନଲାଇନ ବେଟିଂ, ଜୁଆ ଖେଳ ଏବଂ ବେଟିଂ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଛି। ଏହି ବ୍ୟବସାୟକୁ ରୋକିବା ପାଇଁ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ଅଛି, ଯାହା କେନ୍ଦ୍ରୀୟ ସ୍ତରରେ କରାଯାଇପାରିବ ବୋଲି ବଘେଲ କହିଛନ୍ତି। ଏହି ବେଆଇନ୍‌ ବ୍ୟବସାୟ ଫାଶରରେ ଦେଶର କୋଟି କୋଟି ଲୋକେ ଯେପରି ନପଡିବେ ସେଥିପାଇଁ ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story