Advertisment

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଅନୁମତି ନଥାଇ ଗର୍ଭଗୃହରେ ପଶିଲେ

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକଳ ମନ୍ଦିରର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।

Shrikant Shinde

Shrikant Shinde

Advertisment

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଅନୁମତି ନଥାଇ ଗର୍ଭଗୃହରେ ପଶିଲେ। ଏଭଳି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ବିରୋଧରେ।

Advertisment

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକଳ ମନ୍ଦିରର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ନିଷେଧାଦେଶ ସତ୍ତ୍ୱେ ଶ୍ରୀକାନ୍ତ ସିନ୍ଦେ ତାଙ୍କ ପତ୍ନୀ ଏବଂ ଦୁଇ ସାଥୀଙ୍କ ସହ ଗର୍ଭଗୃହ ଭିତରକୁ ପଶି ପୂଜା କରିଥିବା କୁହାଯାଉଛି।

ସୂଚନା ଅନୁସାରେ ମହାକାଳଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଓ ଦୁଇ ସାଥୀ ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଫଟୋ ଆଉ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନେ ସମସ୍ତେ ବୁଧବାର ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ ଗର୍ଭଗୃହରେ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ମହାକାଳଙ୍କ ଶୃଙ୍ଗାର ବେଳେ ଏହି ଚାରି ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

Advertisment

ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଅନୁମତି ନଥାଇ ସେ କିଭଳି ଗର୍ଭଗୃହକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗକୁ ଉତ୍ତେଜନା ବଢ଼ିବା ପରେ, ପ୍ରଶାସନ କହିଛି ଯେ ସେମାନେ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ରକ୍ଷା କରାଯିବ ନାହିଁ।

ନିୟମ ଅନୁଯାୟୀ, ଗତ ଏକ ବର୍ଷ ଧରି ମହାକଳ ମନ୍ଦିରର ଗର୍ଭଗୃହକୁ ସମସ୍ତ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ପୁରୋହିତମାନଙ୍କୁ ଏଠାରେ ପ୍ରବେଶ କରିବାକୁ ଅନୁମତି ରହିଛି। ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇଁ ନିୟମ ଅଛି ଯେ ସେମାନେ ମହାକଳେଶ୍ୱର ଶିବଲିଙ୍ଗ ଠାରୁ ୫୦ ଫୁଟ ଦୂରରୁ ଦର୍ଶନ ପାଇପାରିବେ। ଏଭଳି ଜଣେ ଭିଆଇପି ମନ୍ଦିରର ନିୟମ ଭାଙ୍ଗିବା ୪ ମାସ ମଧ୍ୟରେ ଚତୁର୍ଥ ଘଟଣା ବୋଲି କୁହାଯାଉଛି।

Srikant Sindhe Mahakal Temple Eknath Sinde Son Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe