Advertisment

ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ଉଚିତ୍: ସଚିନ ପାଇଲଟ

ରାଜସ୍ଥାନରେ ସ୍ୱାସ୍ଥ୍ୟ ମୋ ଅଧିକାର ବିଲକୁ ବିରୋଧ କରି ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି।

ଅଦ୍ୟତନ ହୋଇଛି
Sachin Pilot and Rajasthan CM

Sachin Pilot and Rajasthan CM

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସଚିନ ପାଇଲଟ । ସେ କହିଛନ୍ତି,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ କଥା ଶୁଣିବା ଉଚିତ୍। ରାଜସ୍ଥାନରେ ‘ସ୍ୱାସ୍ଥ୍ୟ ଅଧିକାର’ ବିଲ୍‌କୁ ବିରୋଧ କରି ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି। ଫଳରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେବାସହ ରୋଗୀମାନେ ମେଡିକାଲରେ ହଇରାଣ ହରକତ ହେଉଛନ୍ତି।

Advertisment

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୁରୁବାର ଜୟପୁରରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି।  ସ୍ୱାସ୍ଥ୍ୟ ଅଧିକାର ବିଲକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି। ବିଲ୍‌କୁ ବିରୋଧ କରି ଘରୋଇ ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସେମାନଙ୍କୁ ସରକାରୀ ଡାକ୍ତରମାନେ ସମର୍ଥନ ଜଣାଇଛନ୍ତି। 

ଏହି ବିଲ୍ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ନାଗରିକ ଯେକୌଣସି ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ତଥା ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଅଗ୍ରୀମ ଦେୟ ବିନା ଜରୁରୀକାଳୀନ ଚିକିତ୍ସା ସେବା ପାଇପାରିବେ। କିନ୍ତୁ ଏହି ବିଲରେ ଥିବା କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ବେସରକାରୀ ମେଡିକାଲ ଓ ସେଠାରେ କାର୍ଯ୍ୟରତ ଡାକ୍ତରମାନେ ବିରୋଧ କରିଛନ୍ତି। ଯେମିତିକି ଜରୁରୀକାଳୀନ ରୋଗୀମାନେ ଆବଶ୍ୟକ ଫି କିମ୍ବା ଦେୟ ପ୍ରଦାନ ନକରି ଚିକିତ୍ସା ପାଇବା ଉଚିତ୍। ଡାକ୍ତରମାନେ କହିଛନ୍ତି ଯେ 'ଜରୁରୀକାଳୀନ ପରିସ୍ଥିତି'ର ପରିଭାଷା ସେମାନେ ଉଲ୍ଲେଖ କରି ନାହାଁନ୍ତି। ବୁଧବାର ବେସରକାରୀ ଡାକ୍ତରମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ ସରକାରୀ ଡାକ୍ତର। ଭରତପୁର, ଅଲୱାର ଏବଂ ଉଦୟପୁର ଅନେକ ସରକାରୀ ଡାକ୍ତର ଆନ୍ଦୋଳନରେ ବସିଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe