plane
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ସ୍ୱତନ୍ତ୍ର ବିମାନ ଆଜି ବିଜୟୱାଡାରର ଜ୍ଞାନଭରମ ଏୟାରପୋର୍ଟରେ ଜରୁରିକାଳୀନ ଅବତରଣ କରିଛି। ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ବୈଷୟିକ ତ୍ରୁଟି ସମ୍ପର୍କରେ ସୂଚନା ମିଳିଥିଲା। ଫଳରେ ଏହାକୁ ତୁରନ୍ତ ଓ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଜଗନ ଆଜି ଧାର୍ଯ୍ୟ ସୂଚୀ ଅନୁସାରେ ଦିଲ୍ଲୀ ଯିବାର ଥିଲା। ହେଲେ ବିମାନରେ ବୈଷୟିକ ତ୍ରୁଟି ଯୋଗୁ ସେ ଏଯାଏ ଦିଲ୍ଲୀ ଯାଇ ପାରିନାହାନ୍ତି। ତେଣୁ ଅଲଗା ଉପାୟରେ ତାଙ୍କୁ ଦିଲ୍ଲୀ ପଠାଇବାକୁ ବ୍ୟବସ୍ଥା କରାଯାଉଛି।
ଜଣେ ଅଧିକାରୀ କହିଛନ୍ତି, “ପାଇଲଟ ସମସ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ବିମାନକୁ ତୁରନ୍ତ ଜ୍ଞାନଭରମ ଏୟାରପୋର୍ଟକୁ ଡାଇଭର୍ଟ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମରେ ଥିବା ଅଧିକାରୀମାନେ ଦିଲ୍ଲୀ ଯିବାକୁ ୫.୦୩ରେ ଉଡ଼ାଣ ଭରିଥିଲେ।
ହେଲେ ବୈଷୟିକ ତ୍ରୁଟି ଯୋଗୁ ୫.୨୭ରେ ଏହା ସୁରକ୍ଷିତ ଭାବେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲେ। ବିମାନ ଲ୍ୟାଣ୍ଡ କରିବା ପରେ ମୁଖ୍ୟମନ୍ତ୍ରୀ ତାଡେପାଲ୍ଲି ବାସଭବନକୁ ଚାଲି ଯାଇଥିଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/plane__1675091943.jpg)