Advertisment

କେଜ୍ରିୱାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ, ACPଙ୍କୁ ହଟାଇବାକୁ ଦାବି କଲେ

ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସେ ଜଣେ ACPଙ୍କ ହଟାଇବାକୁ କୋର୍ଟଙ୍କ ନିକଟରେ ଅପିଲ୍‌ କରିଛନ୍ତି।

Arvind kejriwal

Arvind kejriwal

Advertisment

ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସେ ଜଣେ ACPଙ୍କ ହଟାଇବାକୁ କୋର୍ଟଙ୍କ ନିକଟରେ ଅପିଲ୍‌ କରିଛନ୍ତି। ACP ଏ.କେ ସିଂଙ୍କୁ ନିଜ ସୁରକ୍ଷାରୁ ହଟାଇବାକୁ ସେ କୋର୍ଟଙ୍କ ନିକଟରେ ଦାବି ଜଣାଇଛନ୍ତି।

Advertisment

କେଜ୍ରିୱାଲଙ୍କ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ACP ଏ.କେ ସିଂଙ୍କ ବିରୋଧର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ACP ଏ.କେ ସିଂ ମନିଷ ସିସୋଦିଆଙ୍କ ବେକ ଧରି ଟାଣି ଟାଣି ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ତେବେ ଏନେଇ କୋଟଁ କୌଣସି ନିର୍ଦ୍ଦେଶାନାମା ପ୍ରକାଶ କରି ନାହାନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପଚରାଉଚରା କରିବ ଇଡି। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କ ଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisment

୬ ଦିନିଆ ଇଡି ରିମାଣ୍ଡରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୮ ଯାଏ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର PMLA କୋର୍ଟ। ଏହି ମାମଲାରେ ୯ ଥର ସମନ ପାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ। ଫଳରେ ଗୁରବାର ରାତିରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି।

ଇଡି ଲକଅପରେ ରାତି କାଟିବା ପରେ, ଗତକାଲି ତାଙ୍କୁ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଏହି ଦୁର୍ନୀତିର କିଙ୍ଗପିନ୍ ବୋଲି କହିବା ସହ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

Arvind Kejriwal Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe