Advertisment

ଟ୍ରକ୍‌ ଡ୍ରାଇଭରଙ୍କୁ 'ଔକାତ' ପଚାରିଥିବା କଲେକ୍ଟରଙ୍କ ପଦ ଗଲା

ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ମଙ୍ଗଳବାର ସାରା ଦେଶରେ ଟ୍ରକ୍‌ ଓ ଡମ୍ପର ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

IAS Officer Clarification

IAS Officer Clarification

Advertisment

ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ଔକାତ ପଚାରି ଫସିଲେ କଲେକ୍ଟର। ତାଙ୍କ ବୟାନକୁ ନେଇ ବିବାଦ ବଢ଼ିବା ପରେ ହାରାଇଲେ ପଦ। ମୁଖ୍ୟମନ୍ତ୍ରୀ ଉକ୍ତ ଜିଲ୍ଲାପାଳଙ୍କ ବିରୋଧରେ ନେଇଛନ୍ତି କଡା ଆକ୍ସନ। କେବଳ ସେତିକି ନୁହେଁ ତାଙ୍କୁ ଏଭଳି ଭାଷା ପ୍ରୟୋଗ କରିବାକୁ ବାରଣ ମଧ୍ୟ କରାଯାଇଛି।

Advertisment

ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ମଙ୍ଗଳବାର ସାରା ଦେଶରେ ଟ୍ରକ୍‌ ଓ ଡମ୍ପର ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ରାଜ୍ୟରେ ରାସ୍ତା ଉପରେ ଟ୍ରକ୍‌ ରଖି ଚକା ଜାମ କରିଥିଲେ ଡ୍ରାଇଭର। ଏହି ସମୟରେ ମଧ୍ୟପ୍ରଦଶେ ଶାଜାପୁରରେ ଟ୍ରକ୍‌ ଡ୍ରାଇଭଙ୍କର ସହ କଥା ହେବା ବେଳେ ରାଗି ଯାଇଥିଲେ ଶାଜାପୁର କଲେକ୍ଟର। ଏପରିକି ଡ୍ରାଇଭରଙ୍କୁ ତାଙ୍କ ଔକତ କ'ଣ ଅଛି ବୋଲି ପଚାରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶାଜାପୁର କଲେକ୍ଟର କିଶୋର କାନିଆଲଙ୍କୁ ପଦରୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ଏ ସରକାର ହେଉଛି, ଗରିବଙ୍କ ସରକାର। ସମସ୍ତଙ୍କ କାର୍ଯ୍ୟକୁ ସମ୍ମାନ ଦିଆଯିବା ଉଚିତ। ତାଙ୍କ ଭାବନାକୁ ମଧ୍ୟ ସମ୍ମାନ ଦିଆଯିବା ଉଚିତ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ। ଆମେ ନିରନ୍ତର ଗରିବଙ୍କ ସେବା କରୁଛୁ। ଜଣେ ମଣିଷ ଭାବରେ ଆମ ସରକାରରେ ଏଭଳି ଭାଷାକୁ ବରଦାସ୍ତ କରାଯିବ ନାହିଁ। ମୁଁ ନିଜେ ଜଣେ ଶ୍ରମିକ ପରିବାରର ପୁଅ। ଏପରି ଭାଷା କହିବା ଅନୁଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Truck Driver CM Mohan Yadav Hit And Run Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe