Advertisment

ଆଜି ଇସ୍ତଫା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର!

ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ଆଜି ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଇସ୍ତଫା ଦେଇ ବିଜେପି ସମର୍ଥନରେ ସେ ପୁଣି ସରକାର ଗଢ଼ିପାରନ୍ତି। ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

Advertisment

ସକାଳ ୯ଟାରେ ବିଜେପି ବିଧାୟକମାନଙ୍କ ବୈଠକ ବସିବାର ଅଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକମାନେ ନୀତୀଶ କୁମାରଙ୍କୁ ସମର୍ଥନ କରିବାକୁ ନିଜ ନିଜ ଚିଠି ଦେଇ ସାରିଛନ୍ତି।

ସକାଳ ୧୦ଟାରେ ଜେଡିୟୁ ବିଧାୟକମାନଙ୍କର ବୈଠକ ବସିବ। ଏହା ପରେ ଦିନ ସାଢ଼େ ୧୧ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ। ତା’ସହିତ ଏନଡିଏ ବିଧାୟକମାନଙ୍କ ସମର୍ଥନ ଥିବା ଚିଠି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ। ତା’ପରେ ଅପରାହ୍ନ ୪ଟାରେ ସେ ପୁଣି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

Advertisment

ଅନ୍ୟପକ୍ଷରେ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ଆରଜେଡି ଓ କଂଗ୍ରେସରେ ଚାଲିଛି ମହାମନ୍ଥନ। ଗତକାଲି ଆରଜେଡି ନେତାମାନଙ୍କର ଏକ ବୈଠକ ଦଳର ଜାତୀୟ ଉପସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ଘରେ ବସିଥିଲା। ସେଠାରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଓ ସ୍ୱାମୀ ଲାଲୁ ଯାଦବ ମଧ୍ୟ ରହୁଛନ୍ତି। ଆରଜେଡିର କିଛି ବିଧାୟକ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବାକୁ କହିଥିଲେ। ତେବେ ତେଜସ୍ୱୀ ଯାଦବ ଏଥିପ୍ରତି ଆଗ୍ରହୀ ନାହାନ୍ତି। କାରଣ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡି(ୟୁ) ଓ ବିଜେପି ପାଖରେ ମିଶି ୧୨୩ ବିଧାୟକ ଅଛନ୍ତି, ଯାହା ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୨୨ ଠାରୁ ଅଧିକ। ସେହିପରି ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ୪ ବିଧାୟକ ମଧ୍ୟ ଜେଡି(ୟୁ) ଓ ବିଜେପି ସହିତ ରହିବେ। ଅନ୍ୟପଟେ ସେମାନଙ୍କ ପାଖରେ ୧୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ବୈଠକରେ ତେଜସ୍ୱୀ ଦଳୀୟ ନେତାମାନଙ୍କୁ କହିଥିଲେ ଯେ ବିହାରରେ ଏବେ ଖେଳ ବାକି ଅଛି। ଯାହା ଗତ ଦୁଇ ଦଶନ୍ଧିରେ ହୋଇ ନଥିଲା, ତାହା ଅତି କମ୍ ସମୟ ମଧ୍ୟରେ ହୋଇପାରିଛି। ନିଯୁକ୍ତି, ଜାତିଭିତ୍ତିକ ଜନଗଣନା, ସଂରକ୍ଷଣ କୋଟା ବୃଦ୍ଧି ଆଦି ଅନେକ କାମ ହୋଇଛି।

ବିହାର ବିଧାନସଭାରେ ୨୪୩ଟି ଆସନ ଅଛି। ସେଥିରୁ ୭୯ଟି ଆସନ ଆରଜେଡି ପାଖରେ ଥିବା ବେଳେ ବିଜେପି ପାଖରେ ୭୮ଟି ଅଛି। ୪୫ଟି ଆସନ ଜେଡି(ୟୁ) ପାଖରେ ଥିବା ବେଳେ କଂଗ୍ରେସର ୧୯ଟି, ସିପିଆଇ (ଏମ୍‌ଏଲ୍‌)ଏଲ୍‌ର ୧୨ଟି, ସିପିଆଇ (ଏମ୍‌)ର ୨ଟି, ସିପିଆଇର ୨ଟି, ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ୪ଟି ଓ ଏଆଇଏମ୍‌ଆଇଏମ୍‌ର ଗୋଟିଏ ଆସନ ଅଛି। ଏହା ସହିତ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି।

ଏବେ ନୀତୀଶ କୁମାରଙ୍କ ନେତୃତ୍ୱରେ ଚାଲିଥିବା ମହାଗଠବନ୍ଧନ ସରକାରରେ ତାଙ୍କ ଦଳ ଜେଡି(ୟୁ) ସହିତ ଆରଜେଡି, କଂଗ୍ରେସ, ସିପିଆଇ (ଏମ୍‌ଏଲ୍‌)ଏଲ୍‌, ସିପିଆଇ, ସିପିଆଇ (ଏମ୍‌) ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଏନ୍‌ଡିଏରେ ବିଜେପି ଓ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଅଛନ୍ତି।

Bjp JDU RJD Nitish Kumra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe