Advertisment

ନୀତୀଶ କୁମାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ତାଙ୍କୁ ପାଟନା ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Nitish Kumar

Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ପାଟନା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସକାଳୁ ସେ ତାଙ୍କ ବାମ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଅର୍ଥୋପେଡିକ୍ ବିଭାଗରେ ତାଙ୍କ ଚିକିତ୍ସା ଚାଲିଛି।

Advertisment

ସୂଚନା ମୁତାବକ, ଆଜି ସକାଳୁ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଛଣାରୁ ଉଠିବା ପରେ ନିଜ ବାମ ହାତରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି। ସେଠାରେ ଡାକ୍ତରଙ୍କ ଏକ ଟିମ୍‌ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଲୋକସଭା ନିର୍ବାଚନକୁ ନେଇ ଗତ କିଛି ଦିନ ହେବ ନୀତୀଶ କୁମାର ବେଶ୍‌ ବ୍ୟସ୍ତ ଥିଲେ। ଲଗାତର ସେ ନିର୍ବାଚନ ପ୍ରଚାର ପ୍ରସାର କରୁଥିଲେ। ନିର୍ବାଚନ ଫଳାଫଳ ପରେ ସେ ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ଦଳର ନେତାଙ୍କ ସହ ନିରନ୍ତର ବୈଠକ କରିଥିଲେ। ଏହା ବ୍ୟତୀତ ସେ ବିହାରର କାର୍ଯ୍ୟରେ ମଧ୍ୟ ବହୁତ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା।

Advertisment

ଗତ ଦୁଇ ଦିନ ଧରି ସେ ଦଳୀୟ ନେତାଙ୍କ ସହ ବୈଠକ କରିଆସୁଥିଲେ। ପ୍ରଥମେ ଏହା ଅଧିକାରୀଙ୍କ ସହ ଓ ତା’ପରେ ପରଦିନ କ୍ୟାବିନେଟ ବୈଠକ ଡାକିଲେ। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କୁ ଆରାମ କରିବାକୁ ସମୟ ମିଳିନଥିଲା। ଏଥିଲାଗି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା କୁହାଯାଉଛି।

Nitish Kumar Bihar CM Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe