Advertisment

ଅର୍ଥ ରଖିଲେ ସିଦ୍ଦରମୈୟା, କର୍ଣ୍ଣାଟକାରେ କାହାକୁ ମିଳିଲା କେଉଁ ବିଭାଗ?

ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରି ଉପମୁଖ୍ୟ ପଦରେ ସନ୍ତୁଷ୍ଟ ହୋଇଥିବା କର୍ଣ୍ଣାଟକା କଂଗ୍ରେସ ମୁଖିଆ ଡିକେ ଶିବ କୁମାରଙ୍କୁ ଜଳ ସେଚନ ଏବଂ ବେଙ୍ଗାଲୁରୁ ସିଟି ଡେଭଲମେଣ୍ଟ ବିଭାଗ ମିଳିଛି।

Karnataka

Karnataka

Advertisment

କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିବା ପରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ପୂର୍ବ ଆକଳନ ଅନୁଯାୟୀ କର୍ଣ୍ଣାଟକାର ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପାଖରେ ରଖିଛନ୍ତି। ସେହିପରି ୨୦ ତାରିଖରେ ଶପଥ ନେଇଥିବା ଜି ପରମେଶ୍ୱରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଛି।

Advertisment

ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରି ଉପମୁଖ୍ୟ ପଦରେ ସନ୍ତୁଷ୍ଟ ହୋଇଥିବା କର୍ଣ୍ଣାଟକା କଂଗ୍ରେସ ମୁଖିଆ ଡିକେ ଶିବ କୁମାରଙ୍କୁ ଜଳ ସେଚନ ଏବଂ ବେଙ୍ଗାଲୁରୁ ସିଟି ଡେଭଲମେଣ୍ଟ ବିଭାଗ ମିଳିଛି। କୁହାଯାଉଥିଲା ଯେ ଶିବକୁମାର ଗୃହ କିମ୍ବା ଅର୍ଥ ବିଭାଗ ପାଇବେ। ହେଲେ ସମସ୍ତଙ୍କୁ ଚକିତ କରି ଜି ପରମେଶ୍ୱରାଙ୍କୁ ସିଦ୍ଦରମୈୟା ଗୃହ ବିଭାଗ ଦାୟିତ୍ୱ ଦେଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଅର୍ଥ ବିଭାଗ ସହ କ୍ୟାବିନେଟ ବ୍ୟାପାର, ପର୍ସନାଲ ଓ ଆଡମିନଷ୍ଟ୍ରେଟିଭ ସଂସ୍କାର, ଗୁଇନ୍ଦା, ସୂଚନା ଓ ଅନ୍ୟ ଆବଣ୍ଟିତ ହୋଇ ନଥିବା ବିଭାଗ ନିଜ ପାଖରେ ରଖିଛନ୍ତି।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେଙ୍କୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଛି। ଏଚକେ ପାଟିଲଙ୍କୁ ଆଇନ ଓ ସଂସଦୀୟ ବ୍ୟାପାର, ଦୀନେଶ ଗୁଣ୍ଡୁ ରାଓଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ବି ଗୌଡାଙ୍କୁ ରାଜସ୍ୱ ବିଭାଗ ଦିଆଯାଇଛି।

ଏମାନଙ୍କ ବ୍ୟତୀତ ଡାକ୍ତର ଏଚ୍‌ସି ମହାଦେବାପ୍ପାଙ୍କୁ ସାମଜିକ କଲ୍ୟାଣ ବିଭାଗ ମିଳିଛି। ସେ ଜଣେ ଏମବିବିଏସ୍‌ ଡାକ୍ତର। ଟି ନରାସିପୁରରୁ ବିଧାୟକ ହୋଇଥିବା ୭୦ ବର୍ଷୀୟ ମହାଦେବାପ୍ପା ପୂର୍ବରୁ ଜେଡିଏସରେ ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସରେ ଯୋଗଦେଇଥିଲେ। ୨୦୧୩ରୁ ୨୦୧୮ ଯାଏ ରାଜ୍ୟରେ କ୍ଷମତାସୀନ ସିଦ୍ଦରମୈୟା ସରକାରରେ ସେ ପୂର୍ତ୍ତ ମନ୍ତ୍ରୀ ଭାବେ କାମ କରୁଥିଲେ।

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଥିବା ଅଧିକାଂଶ ସଦସ୍ୟ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। କଂଗ୍ରେସର ଜାତୀୟ ସମ୍ପାଦକ ଏନଏସ୍‌ ବୋସେରାଜୁ ବିଧାନ ପରିଷଦ କିମ୍ବା ବିଧାନସଭାର ସଦସ୍ୟ ନଥିଲେ ମଧ୍ୟ ତାଙ୍କୁ ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମିଳିଛି। ସେ କଂଗ୍ରେସ ହାଇକମାଣ୍ଡଙ୍କ ସୁପାରିସରେ ମନ୍ତ୍ରୀ ପଦ ପାଇଥିବା କୁହାଯାଉଛି।

ବଲ୍ଲାରି ବିଧାୟକ ବି ନଗେନ୍ଦ୍ର କ୍ରୀଡ଼ା ଓ କନ୍ନଡ ସଂସ୍କୃତି ବିଭାଗ ପାଇଛନ୍ତି। ସେ ବିଧାନସଭା ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ବି ସୀରାମୁଲୁଙ୍କୁ ହରାଇ ଥିଲେ। 

ମନ୍ତ୍ରୀ ତାଲିକାମନ୍ତ୍ରୀ ତାଲିକା

ବେଲାଗାଭି ଗ୍ରାମାଞ୍ଚଳ ଆସନରୁ ଜିତିଥିବା ୪୮ ବର୍ଷୀୟ ଲକ୍ଷ୍ମୀ ହେବ୍ବାଲକରଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଛି। ସେ ଏଠାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କର ସେ ଅତ୍ୟନ୍ତ ଘନିଷ୍ଠ। ଆରବି ଟିମ୍ମାପୁରଙ୍କୁ ଅବକାରୀ ବିଭାଗ ମିଳିଛି। ଶିବରାଜ ଟିଙ୍କୁ ପଛୁଆ ବର୍ଗ ଓ ଏସ୍‌ଟି କଲ୍ୟାଣ ବିଭାଗ ଓ ଏନ ଚେଲୁଭାରାୟସ୍ୱାମୀଙ୍କୁ କୃଷି ବିଭାଗ ଦାୟିତ୍ୱ ଦିଆଯାଇଛି।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe